ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ବହୁବସା ଗ୍ରାମବାସୀ

ଡୁଙ୍ଗୁରିପାଲି: ଡୁଙ୍ଗୁରିପାଲି ବ୍ଲକ୍‌ ଲିଙ୍ଗମାର୍ଣ୍ଣି ପଞ୍ଚାୟତ ବହୁବସା ଗ୍ରାମରେ ଅବାଧ ମଦ ବିକ୍ରି ବନ୍ଦ କରିବା ପାଇଁ ଶତାଧିକ ମହିଳା ଓ ପୁରୁଷ ବୁଧବାର ଡୁଙ୍ଗୁରିପାଲି ଥାନାର ଦ୍ବାରସ୍ଥ ହୋଇଥିବା ଜଣାଯାଇଛି। ଅଭିଯୋଗ ଅନୁସାରେ ଅବାଧ ମଦ ବିକ୍ରି ଯୋଗୁଁ ବହୁବସା ଗ୍ରାମରେ ଅଶାନ୍ତି ଲାଗି ରହୁଛି। ପ୍ରତ୍ୟେକ ଦିନ ପରିବାରରେ କଳହ ସମେତ ଅନେକ ଅସାମାଜିକ କାର୍ଯ୍ୟକଳାପ ବି ଘଟୁଛି। ଏହାକୁ ବିରୋଧ କରି ଗ୍ରାମରେ ଦେଖା ଦେଇଥିବା ବିଶୃଙ୍ଖଳାକୁ ମୂଳୋତ୍ପାଟନ ପାଇଁ ୱାର୍ଡ ସଭ୍ୟ/ସଭ୍ୟା ଓ ଗ୍ରାମବାସୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ପରିପ୍ରେକ୍ଷୀରେ ଏକ କମିଟି ଗଠନ କରି ସଂପୂର୍ଣ୍ଣ ମଦ ବନ୍ଦ ପାଇଁ ପ୍ରସ୍ତାବ ନିଆଯାଇଥିଲା। ଉକ୍ତ ପ୍ରସ୍ତାବ ଅନୁସାରେ ଯେଉଁ ବ୍ୟକ୍ତି ଗ୍ରାମରେ ଅବାଧ ଭାବେ ମଦ ବିକ୍ରି କରିବ ତା’ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶତାଧିକ ଗ୍ରାମବାସୀ ଡୁଙ୍ଗୁରିପାଲି ଥାନାରେ ଲିଖିତ ଭାବେ ଜଣାଇଛନ୍ତି। ଏ ନେଇ ଗ୍ରାମବାସୀ ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇଥିବା ପ୍ରକାଶ।

ସମ୍ବନ୍ଧିତ ଖବର