ବୁଥ ପରିବର୍ତ୍ତନକୁ ବିରୋଧ: ସମୁହ ମତଦାନ ବର୍ଜନ କଲେ ଗ୍ରାମବାସୀ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କୋଲନରା ବ୍ଳକ ସୂରୀ ପଞ୍ଚାୟତ କମୁଗୁଡା ଗ୍ରାମବାସୀ ବୁଥ ପରିବର୍ତ୍ତନକୁ ତୀବ୍ର ବିରୋଧ କରିଛନ୍ତି । ୩୦ବର୍ଷର ବୁଥ ବଦଳାଇ ପାଖ ଗାଁ ମାଉଡିଗୁଡା ନୁଆ ବୁଥରେ ମତାଦାନ ବିରୋଧରେ ଦେଇଛନ୍ତି ରଣହୁଙ୍କାର ଦେଇଛନ୍ତି ଗ୍ରାମବାସୀ। ସେମାନେ ସମୁହ ମତଦାନ ବର୍ଜନ କରିଛନ୍ତି।
ସୂଚନା ଅନୁଯାୟୀ, ପୁରୁଷ ପୁରୁଷ ଧରି କମୁଗୁଡା ଗ୍ରାମର ୪୦ ପରିବାର ନିଜ ଗାଁରେ ଭୋଟ ଦେଇ ଆସୁଥିଲେ। ତେବେ କାହାକୁ କିଛି ନଜଣାଇ ହଠାତ ମାଉଡିଗୁଡାକୁ ବୁଥ ପରିବର୍ତ୍ତନ କରିଦିଆଯାଇଛି। ଗାଁରେ ୬୦ ଜଣ ମତଦାତା ଥାଇ ମଧ୍ୟ କାହାର ଦୃଷ୍ଟିକୁ ନନେଇ ପରିବର୍ତ୍ତନ ଗାଁ ପାଇଁ ଦୁର୍ଭାଗ୍ୟର କଥା ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏପରିକି ଶିକ୍ଷା, ରାସ୍ତା ଏବଂ ପାନୀୟ ଜଳ ଦିଗରେ ମଧ୍ୟ ସେମାନଙ୍କୁ ଅବହେଳା କରାଯାଇଥିବା ଏକ ସ୍ବରରେ ସେମାନେ କହିଛନ୍ତି।

ସୂଚନାଯୋଗ୍ୟ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ର୍ଥ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଥିଲା । ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ୧୨୫୪ଟି ପଞ୍ଚାୟତରେ ଭୋଟ ଗ୍ରହଣ ଚାଲିଥିଲା। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟ ଗ୍ରହଣ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିଥିଲା। ୪ର୍ଥ ପର୍ଯ୍ୟାୟରେ ମୋଟ ୧୭,୦୮୯ଟି ବୁଥରେ ପ୍ରାୟ ୫୧.୩୧ ଲକ୍ଷ ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ।

ସମ୍ବନ୍ଧିତ ଖବର