ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାରେ ଆଜିବି ଏମିତି ଗାଁ ଅଛି ଯେଉଁଠିକୁ ଯିବାକୁ ପକ୍କା ରାସ୍ତାଟିଏ ନାହିଁ। ତାହା ପୁଣି ପର୍ଯ୍ୟଟନ ସ୍ଥଳୀକୁ। ଅନ୍ୟ ଗାଁ କଥା ଛାଡ଼ନ୍ତୁ। କିନ୍ତୁ ଗ୍ରାମବାସୀ ପର୍ଯ୍ୟଟକଙ୍କୁ ନିଜ ଅତିଥି ଭାବି ନିଜ ଗାଁକୁ କିଭଳି ପର୍ଯ୍ୟଟକମାନେ ସୁବିଧାରେ ଗାଡ଼ିରେ ଆସିପାରିବେ ତାର ସୁବନ୍ଦୋବସ୍ତ କରିଛନ୍ତି। ଏହିଭଳି ଏକ ଦୃଶ୍ୟ ଦେଖୁବାକୁ ମିଳିଛି ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମାଲିକାପୋଡି ପଞ୍ଚାୟତର ମୁକୁଲିଙ୍ଗିଆ ଗାଁରେ। ମୁକୁଲିଙ୍ଗିଆରେ ରହିଛି କାଲିଗାଡୁ ହିଲଟପ।ଏହି ହିଲଟପକୁ ପ୍ରତ୍ୟକ ଦିନ ହଜାର ହଜାର ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି। ହେଲେ ସିର୍କୀ ଠାରୁ ମୁକୁଲିଙ୍ଗିଆ ପର୍ଯ୍ୟନ୍ତ ରାସ୍ତା ପୁରା ମରଣଯନ୍ତା ପାଲଟି ଯାଇଛି। କଚା ରାସ୍ତା। ଖଲଖମା ପାହାଡ଼ିଆ ରାସ୍ତା। ଗାଡି ଚଳେଇ ଯିବା କଷ୍ଟସାଧ୍ୟ। ବାରମ୍ବାର ମୁକୁଲିଙ୍ଗିଆ ଗ୍ରାମବାସୀ ଜିଲ୍ଲାପାଳ, ସ୍ଥାନୀୟ ବିଡ଼ିଓ, ପଞ୍ଚାୟତ ରାଜ ମନ୍ତ୍ରୀ, ସଚିବ, ବିଧାୟକ, ସାଂସଦଙ୍କୁ ଲିଖିତ ଭାବେ ରାସ୍ତା ନିର୍ମାଣ ପାଇଁ ଗୁହାରି କରି କରି ଥକିଗଲେ ହେଲେ ରାସ୍ତା ନିର୍ମାଣ ହୋଇପାରିଲା ନାହିଁ। ବାଧ୍ୟ ହୋଇ ମୁକୁଲିଙ୍ଗିଆ ଗ୍ରାମବାସୀ ଏକତ୍ରିତ ହୋଇ ଏକ ବୈଠକ କରି ପ୍ରତ୍ୟକ ଘରୁ ଜଣେ ଦୁଇଜଣ ଲେଖାଏଁ ବାହାରି ନିଜ ଗାଁରୁ ସିର୍କୀ ପର୍ଯ୍ୟନ୍ତ ୩କିମି ରାସ୍ତା ନିଜସ୍ୱ ଉଦ୍ୟମରେ ଶ୍ରମଦାନ କରି ମରାମତି କରି ଏ ସମାଜ ପାଇଁ ଏକ ଉଦାହରଣ ପାଲଟି ଯାଇଛନ୍ତି।

Advertisment

ଗ୍ରାମବାସୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଆମ ଗାଁକୁ ପ୍ରତ୍ୟକ ଦିନ ଶହ ଶହ ପର୍ଯ୍ୟଟକ ଆସୁଛନ୍ତି ସେମାନେ ସମସ୍ତେ ଆମ ଗାଁର ଅତିଥି। ଅତିଥି ଦେବ ଭବ। ଏଣୁ ଆମ ଗାଁକୁ ଆସୁଥିବା ପର୍ଯ୍ୟଟକମାନେ ଏତେ କଷ୍ଟରେ ଗାଡ଼ିରେ ଆସିବେ କେଉଁଠି କିଏ ରାସ୍ତା ଖରାପ ଯୋଗୁଁ ଦୁର୍ଘଟଣା ର ଶିକାର ହେଉଛନ୍ତି ତ କିଏ ରାସ୍ତା ଖରାପ ଯୋଗୁଁ ଅଧା ବାଟରୁ ଫେରିଯାଉଛନ୍ତି ତ କିଏ ଅଧରାସ୍ତାରେ ଗାଡି ରଖି ଚାଲି ଚାଲି ଯାଉଛନ୍ତି ଏହିଭଳି ଦୃଶ୍ୟ ଦେଖି ଆମକୁ ବହୁ କଷ୍ଟ ଦେଇଛି। ଏଣୁ ବାଧ୍ୟ ହୋଇ ଯେଉଁ କାମ ପ୍ରଶାସନ କରିବା କଥା ଆମେ କରିବାକୁ ନିଷ୍ପତ୍ତି ନେଇ ତାକୁ କରି ଲୁ।ଆମ କୌଣସି ସ୍ୱାର୍ଥ ନାହିଁ ଆମେ ନିଃସ୍ୱାର୍ଥ ଭାବେ ପର୍ଯ୍ୟଟକଙ୍କ ପାଇଁ ଏହି ରାସ୍ତା ମରାମତି କଲୁ। ପ୍ରତ୍ୟକ ବର୍ଷ ଏମଜିଏନଆର ଜି ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ହେଲେ ଏହି ରାସ୍ତାରେ ମାଟି ପକେଇ ମରାମତି କରିବାକୁ ସ୍ଥାନୀୟ ପ୍ରଶାସନ ଭୁଲି ଯାଇଛନ୍ତି।

publive-image

ଅନାବଶ୍ୟକ ସ୍ଥାନରେ କାର୍ଯ୍ୟ କରି ଏମଜିଏନଆର ଜିଏ ଯୋଜନାରେ ହରିଲୁଟ ଚାଲିଥିବା ବେଳେ ନିତ୍ୟାନ୍ତ ଆବଶ୍ୟକ ଏହି ରାସ୍ତାକୁ ଅଣଦେଖା କରିବା ସମସ୍ତଙ୍କୁ ଚକିତ କରିଛି। ତୁରନ୍ତ ସିର୍କୀ ଠାରୁ ମୁକୁଲିଙ୍ଗିଆ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। କାଲିଗାଡୁ ହିଲଟପ ଉନ୍ନୟନ କମିଟି କରି ମୁକୁଲିଙ୍ଗିଆ ଗ୍ରାମବାସୀ ଏହି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଚେଷ୍ଟା ଚଲେଇବା ସହ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଉଦ୍ୟମ ଜାରି ରଖିଥିବା କମିଟି ସଭାପତି ବିବେକାନନ୍ଦ ପ୍ରଧାନ, ଉପସଭାପତି ରାଜକିଶୋର ପ୍ରଧାନ, ସମ୍ପାଦକ ଟିପୁସନ ପ୍ରଧାନ ଏବଂ ଉପଦେଷ୍ଟା ସୁରେନ୍ଦ୍ର ପ୍ରଧାନ ନିଜ ପ୍ରତିକ୍ରିୟା କହିବା ସହ ରାସ୍ତା ମରାମତିରେ ଗାଁର ସମସ୍ତ ଆବାଳ ବୃଦ୍ଧବନିତା ଏକ ମନ ଏକ ପ୍ରାଣରେ କିଛି କିଛି ଅର୍ଥ ସଂଗ୍ରହ କରି ଶ୍ରମଦାନ କରି ରାସ୍ତା ମରାମତି କରି ପର୍ଯ୍ୟଟକଙ୍କ ପାଇଁ ସୁବିଧା କରିଛୁ। ଆଗାମୀ ଦିନରେ ପ୍ରଶାସନ ଏହି ରାସ୍ତା ନିର୍ମାଣ ପାଇଁ ଶୁଭ ଦୃଷ୍ଟି ଦେବ ବୋଲି ଆଶା ବାନ୍ଧିଛୁ।

ଅଧିକ ପଢ଼ନ୍ତୁ: