ହରିଣ ଉଦ୍ଧାର କଲେ ଗ୍ରାମବାସୀ

କଳାବାଡ଼ିଆ/ବାଙ୍ଗିରିପୋଷି: ବାଙ୍ଗିରିପୋଷି ରେଞ୍ଜ ଗୋଲାମୁଣ୍ଡାକଟା ପଞ୍ଚାୟତ ଶାଳବଣି ଗ୍ରାମ ଗୁରୁଚରଣ କରଙ୍କ ବାଡ଼ିରୁ ଏକ ହରିଣ ଉଦ୍ଧାର କରିଛି ବନ ବିଭାଗ। ପାଖ ଗାଁର କିଛି ଲୋକ ହିରଣଟିକୁ ଗୋଡ଼ାଇବାରୁ ଏହା ଜୀବନ ବିକଳରେ ଗୁରୁଚରଣଙ୍କ ବାଡ଼ିରେ ପଶି ଯାଇଥିଲା। ତେବେ ସେଠାରେ ଏକ ଜାଲରେ ଛନ୍ଦି ହୋଇ ଯାଇଥିଲା। ତେବେ ଏହାକୁ ଗୋଡ଼ାଇଥିବା ଲୋକେ ପହଞ୍ଚି ହରିଣଟିକୁ ସାଙ୍ଗରେ ନେବାକୁ ଜିଦ୍ ଧରିଥିଲେ। ହେଲେ ଗୁରୁଚରଣ ଓ ସ୍ଥାନୀୟ ଗ୍ରାମବାସୀ ମାଈ ହରିଣଟିର ଜୀବନ ପ୍ରତି ବିପଦ ଥିବା ଜାଣି ବନ ବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀ ପହଞ୍ଚି ହରିଣଟିକୁ ଉଦ୍ଧାର କରି ବିଦୁଭଣ୍ଡାର ଜଙ୍ଗଲରେ ଛାଡ଼ି ଦେଇଛନ୍ତି। ହରିଣଟିର ବୟସ ୨ ବର୍ଷ ଏବଂ ଓଜନ ୨୦ କେଜିରୁ ଊର୍ଦ୍ଧ୍ବ ହେବ ବୋଲି ବନପାଳ ଖଗେଶ୍ବର ସେଠୀ କହିଛନ୍ତି। ଜଙ୍ଗଲରେ ପାଣି ଓ ଖାଦ୍ୟାଭାବ ଯୋଗୁ ବନ୍ୟଜନ୍ତୁ ଗାଁମୁହାଁ ହେଉଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର