ରିଲିଫ ମିଳିବାରେ ବିଳମ୍ବ ହେବାରୁ ସାତଶଙ୍ଖରେ ପୁରୀ-ଭୁବନେଶ୍ୱର ରାସ୍ତା ଅବରୋଧ କଲେ ଲୋକେ

ପୁରୀ : ରିଲିଫ୍‌ ପାଇଁ ଲୋକେ ରାସ୍ତାବନ୍ଦ କରିଛନ୍ତି । ବାତ୍ୟା ଫୋନିରେ ପ୍ରଭାବିତ ହୋଇଥିବା ଲୋକମାନେ ରିଲିଫ୍‌ ପାଇଁ ଭୁବନେଶ୍ୱର- ପୁରୀ ରାସ୍ତା ବନ୍ଦ କରିଥିବା ଜଣା ପଡ଼ିଛି । ରିଲିଫ୍‌ କାର୍ଯ୍ୟରେ ବିଳମ୍ବ ଓ ସମସ୍ତଙ୍କୁ ଠିକ୍‌ ଭାବେ ରିଲିଫ ମିଳୁ ନଥିବା ଅଭିଯୋଗ କରି ସ୍ଥାନୀୟ ଲୋକମାନେ ପ୍ରତିବାଦ କରିଛନ୍ତି । ପିପିଲି ସାତଶଙ୍ଖ ବଜାର ନିକଟରେ ପାଖାପାଖି ୪ଘଣ୍ଟା ହେବ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଶତାଧିକ ବସ, ଟ୍ରକ ଅଟକି ରହିଛି ।

Image used for representational purpose only

ଏପଟେ ରାଜଧାନୀରେ ବିଜୁଳି ପାଇଁ ବିକ୍ଷୋଭ, ପାଣି ପାଇଁ ପ୍ରତିବାଦ ଜାରତ ରହିଛି । ଆଜି ପୁଣି ଗଛ ପକାଇ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ଲିଙ୍ଗରାଜ ମନ୍ଦିର ନିକଟ ହାଟସାହିର ବାସିନ୍ଦା । ବିଜୁଳି ଦାବିରେ ଘଣ୍ଟା ଘଣ୍ଟା ଧରି ଲିଙ୍ଗରାଜ-ଜଟଣୀ ରାସ୍ତା ଅବରୋଧ କରିଛନ୍ତି ଉତ୍ୟେକ୍ତ ଲୋକ । ବାତ୍ୟା ଫୋନି ଯିବାର ୮ଦିନ ପରେ ବିଜୁଳି ସଂଯୋଗ ହୋଇପାରୁନଥିବାରୁ ତାତିଛନ୍ତି ଜନତା । କେବଳ ତାତି ନାହାଁନ୍ତି ପାଣି ବିଜୁଳି ନଦେବା ଯାଏଁ ଗାଡି ଚଳାଚଳ ଅଚଳ ରହିବ ବୋଲି ପ୍ରଶାସନକୁ ଖୋଲା ଚେତାବନୀ ଦେଇଛନ୍ତି ଲୋକେ ।

ସମ୍ବନ୍ଧିତ ଖବର