ନୂଆପଡ଼ା/ବୋଡ଼େନ:ନୂଆପଡ଼ା ଜିଲ୍ଲା ମାଓପ୍ରବଣ ଅଞ୍ଚଳ ପାଟଦରା ଗାଁରେ ଚାଲିଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟ ନିମ୍ନମାନର ଦର୍ଶାଇ ଗ୍ରାମବାସୀ କାମକୁ ବନ୍ଦ କରିଛନ୍ତି। ବୋଡ଼େନ ବ୍ଲକ୍ ଭଇଁଷାଦାନୀ ପଞ୍ଚାୟତ ପାଟଦରା ଗାଁରେ ଚାଲିଥିବା ସଡ଼କ ଅତି ନିମ୍ନମାନର ହେଉଛି ବୋଲି କିଛି ଦିନ ହେବ ଗାଁ ଲୋକମାନେ ପିଚୁ କାମକୁ ବନ୍ଦ କରିଥିଲେ। ସମ୍ପୃକ୍ତ ଠିକାଦାର ମନମୁଖି କାର୍ଯ୍ୟ କରୁଥିବା ସତ୍ତ୍ବେ ବିଭାଗୀୟ ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଆଦିବାସୀମାନଙ୍କୁ ଭୟଭୀତ କରାଯାଉଥିବା ଅଭିଯୋଗ ହୋଇଛି।
/sambad/media/post_attachments/wp-content/uploads/2021/12/6ee9ad8f-acfe-4aed-a815-c200fa08ab96.jpg)
ବିନା ରୋଲରରେ ମେଟାଲିଙ୍ଗ୍, ମୋରମ କାମ କରାଯାଇଛି। ୨୦୧୬ରେ ଭଇଁଷାଦାନୀଠାରୁ ମଥାନ ପର୍ଯ୍ୟନ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ସରକାର ସାମିଲ କରିଥିଲେ। ୫ କିମି ରାସ୍ତା ନିର୍ମାଣ ସରିଛି। ଏହି ବିଷୟରେ ଜଣାପଡ଼ିବା ପରେ ଖଡ଼ିଆଳ ବିଧାୟକ ପ୍ରତିନିଧି ସତପାଲ ସିଂହ ଛାବଡ଼ିଆ, ବୋଡ଼େନ ବ୍ଲକ୍ କଂଗ୍ରେସ ସଭାପତି ହୀରାଲାଲ ମାଝୀ ପ୍ରମୁଖ ଗାଁରେ ପହଞ୍ଚି ଅଭିଯୋଗ ଉପରେ ଆଲୋଚନା କରିଥିଲେ। ଏହି ରାସ୍ତାର ଅଟକଳ ମୂଲ୍ୟ ୨୯୫.୧୨ ଲକ୍ଷ ଟଙ୍କା ରହିଛି ବୋଲି ନାମଫଳକରେ ଦର୍ଶାଯାଇଛି। ଏମ୍ଏସ ମାଁ ଭଗବତୀ କନଷ୍ଟ୍ରକସନ୍ ଠିକା ସଂସ୍ଥା ଏହି ରାସ୍ତା କାର୍ଯ୍ୟ କରୁଥିବା ଜଣାଯାଇଛି।
ବିଭାଗୀୟ ଉଚ୍ଚ ଅଧିକାରୀମାନେ ତଦନ୍ତ କରି ଠିକା ସଂସ୍ଥା ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଗାଁର ମଙ୍ଗଳ ମାଝୀ, ଶଙ୍କର ମାଝୀ, ପୂର୍ଣ୍ଣ ମାଝୀ, ତିଳ ମାଝୀ, ବଧୁରାମ ପହରିଆ, ନରସିଂହ ମାଝୀ, ଘନ ମାଝୀ, ଦଶମୁ ଚିନ୍ଦା ପ୍ରମୁଖ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/5-10.jpg)