ଝରିଗାଁ/ନବରଙ୍ଗପୁର : ନବରଙ୍ଗପୁର ଜଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ବୁଆଲିବେଡା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଲୋକମାନେ ଆଇନ୍କୁ ହାତକୁ ନେଇ ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ଲଣ୍ଡା କରି ଗାଁ ବୁଲାଇଛନ୍ତି। ଏପରିକି, ସେମାନଙ୍କୁ ମାଡ଼ ମାରିବା ସହିତ ଦଉଡିରେ ବାନ୍ଧି ଦେଇଥିବା ଦେଖିବାକୁ ମିଳିଛି। ପୁଲିସ୍ ୨ ଜଣଙ୍କୁ ଉଦ୍ଧାର କରିବା ସହିତ ୩ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଘଟଣା ପଛରେ ଯାହା ବି କାରଣ ଥାଉନା କାହିଁକି ଏହିଭଳି ଅକଥନୀୟ ଅତ୍ୟାଚାରକୁ ସଭ୍ୟ ସମାଜରେ ତୀବ୍ର ନିନ୍ଦା କରାଯାଇଛି।
ଭୋର ପ୍ରାୟ ୪ ଟା ବେଳେ ନିକଟସ୍ଥ ନିରଣ୍ଡି ଗାଁର ଗୋଟିଏ ଘରୁ ଜଣେ ବିବାହିତା ମହିଳା ବାହାରିଥିଲେ। ତାଙ୍କ ସହ ଜଣେ ଅପରିଚିତ ପୁରୁଷ ଥିଲେ। ଦୁହିଁଙ୍କୁ ଅଟକ ରଖି ପଚରାଉଚୁରା କରିଥିଲେ। ଜଣାପଡିଥିଲା ଯେ ମହିଳାଙ୍କ ସ୍ୱାମୀ କୌଣସି କାମରେ ରାଇଘର ଯାଇଥିଲେ। ତେଣୁ ପାପଡାହାଣ୍ଡି ଗାଁର ସେହି ପୁରୁଷ ତାଙ୍କ ଘରେ ଗତ ରାତିରେ ରହିଥିଲେ। ଲୋକମାନେ ମହିଳାଙ୍କ ସ୍ୱାମୀଙ୍କୁ ଫୋନ୍ କରି ଘଟଣା ସଂକ୍ରାନ୍ତରେ ଜଣାଇଥିଲେ। କିନ୍ତୁ ଆଲୋଚନା କରି ଶାନ୍ତିପୂର୍ଣ୍ଣ ଭାବେ କୌଣସି ନିଷ୍ପତ୍ତି ନେବା ବଦଳରେ ଗ୍ରାମବାସୀ ଉତ୍ତେଜିତ ହୋଇ ଆକ୍ରମଣ କରିଥିଲେ। ଗୋଟିଏ ଦଉଡ଼ିରେ ବାନ୍ଧି ଦୁହିଁଙ୍କୁ ବାନ୍ଧି ଗାଁ ସାରା ବୁଲାଇଥିଲେ। ସ୍କୋର୍ପିଓ ଗାଡିକୁ ଭଙ୍ଗାରୁଜା କରିବା ସହ ୨ ଜଣଙ୍କୁ ଉଲଗ୍ନ କରିବାକୁ ଚେଷ୍ଟା କରିଥିଲେ। ଶେଷରେ ଲଣ୍ଡା କରି ସମସ୍ତଙ୍କ ସାମ୍ନାରେ ବେଇଜ୍ଜତ କରିଥିଲେ।
ଦୀର୍ଘ ସମୟ ଧରି ଅମାନୁଷିକ ନିର୍ଯାତନା ପରେ ଖବର ପାଇ ଉମରକୋଟ ପୁଲିସ ଗାଁରେ ପହଞ୍ଚିଥିଲା। ଉଭୟ ମହିଳା ଓ ପୁରୁଷଙ୍କୁ ଉଦ୍ଧାର କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/nab-1.jpg)