ପାନୀୟଜଳ ସଙ୍କଟ ସମାଧାନ ନ ହେଲେ ଓଡ଼ିଶା ଛାଡିବେ ଆନ୍ଧ୍ର ସୀମାନ୍ତ ଏହି ଗାଁର ଲୋକେ!

କୋରାପୁଟ: ଖରାଦିନ ଆସୁ ଆସୁ ଆରମ୍ଭ ହୋଇ ଯାଇଛି ଜଳକଷ୍ଟ। କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ ତଳଗୋଲ୍ଲୁର ପଂଚାୟତରେ ପାନୀୟଜଳ ସମସ୍ୟା ଦେଖା ଦେଇଛି। ଏହାକୁ ନେଇ ବଡଡଙ୍ଗର ଗାଁ ଲୋକେ ପଞ୍ଚାୟତରେ ବୈଠକ କରିଥିବାବେଳେ ପାନୀୟ ଜଳ ନ ହେଲେ ଗାଁ ଛାଡିବାକୁ ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି। ଯଦି ଆସନ୍ତା ତିନିଦିନ ମଧ୍ୟରେ ସମସ୍ୟାର ସମାଧାନତ ନ ହୁଏ ତେବେ ଓଡ଼ିଶା ଛାଡି ଆନ୍ଧ୍ରପ୍ରଦେଶରେ ମିଶିବାକୁ ଧମକ ଦେଇଛନ୍ତି ଏହି ସୀମାନ୍ତ ଗାଁର ଲୋକେ।

ଏପ୍ରିଲ ମାସରୁ କୋରାପୁଟରେ ତାତି ବୃଦ୍ଧିପାଇଥିବା ବେଳେ ତା’ ସାଙ୍ଗରେ ତାଳ ଦେଇ ଜଳକଷ୍ଟ ବଢିଛି। ତଳଗୋଲ୍ଲୁର ପଂଚୟତର ବଡଡଙ୍ଗର ଗ୍ରାମରେ ପାନୀୟ ଜଳ ଉତ୍କଟ ହୋଇଛି। ସେମାନଙ୍କ କହିବାନୁଯାୟୀ, ବଡଡଙ୍ଗର ଗ୍ରାମରେ ୨ଟି ନଳକୂପ ରହିଛି। କିନ୍ତୁ ଖରାଦିନରେ ଏହା ଶୁଖିଯାଉଛି। ଫଳରେ ଗ୍ରାମବାସୀ ପାନୀୟ ଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମରେ ନୂତନ ନଳକୂପ ଖନନ ନିମନ୍ତେ ମହିଳାମାନେ ଦାବି କରିଥିଲେ।

ତେବେ ପଂଚାୟତରେ ସିଏଫସି ଅର୍ଥ ରହିଥିବାରୁ ସରପଂଚ କିମ୍ବା ବିଡିଓଙ୍କ ଭେଟିବାକୁ ସେ ଗ୍ରାମର ମହିଳାମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ମିରସିଙ୍ଗଗୁଡା ଗ୍ରାମରେ ଗୋଟିଏ ନଳକୂପ ଥିବା ବେଳେ ସୋଲାର ଟାଙ୍କି ଖରାପ ହୋଇଯାଇଥିବାରୁ ସିଆରସି ଓରେଡା ନିକଟରେ ଅଭିଯୋଗ କରାଯାଇଥିବା ସେ ସୂଚନା ଦେଇଥିଲେ। ସରପଞ୍ଚ ରାଜେନ୍ଦ୍ର ରାଜେନ୍‌ ଯେ, ବଡଡଙ୍ଗର ଗ୍ରାମରେ ଗୋଟିଏ ନଳକୂପ ଥିବାରୁ ୩୦ ପରିବାରର ଲୋକ ପିଇବା ଓ ଚଳିବା ନିମନ୍ତେ ପାଣି ଯଥେଷ୍ଟ ବାହାରୁ ନ ଥିବାରୁ ମହିଳାମାନେ ପାହାଡିଆ ରାସ୍ତାରେ ଚାଲି ଚାଲି ୧ କିମି ନିକଟରେ ରହିଥିବାଡଙ୍ଗର ତଳେ ରହିଥିବା ଝରଣାକୁ ଯାଇ ପାନୀୟଜଳ ସଂଗ୍ରହ କରୁଛନ୍ତି। ଏହି ଝରଣାରେ କିନ୍ତୁ ଅଳ୍ପ ପାଣି ବାହାରିବା ପରେ ଆଉ ପାଣି ବାହାରୁ ନ ଥିବାରୁ ପାଣି ପାଇଁ ଅନେକ କଷ୍ଟ କରିବାକୁ ପଡୁଛି। ଏନେଇ ବିଡିଓ ସୌମ୍ୟ ସାର୍ଥକ ମିଶ୍ର କହିଛନ୍ତି ଯେ କରାଦିନ ହୋଇଥିବାରୁ ଜଳସ୍ତର ହ୍ରାସ ପାଇଛି। ଖୁବଶୀଘ୍ର ସେମାନଙ୍କ ପରାଇଁ ପାନୀୟ ଜଳର ବ୍ୟବସ୍ଥା କରାଯିବ ‌ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର