ଗ୍ରାମରେ ବୈଠକ କରି ପ୍ରାର୍ଥୀଙ୍କୁ ଦେଲେ ଚେତାବନୀ, ଭୋଟ୍‌ ପାଇ କାମ ନ କଲେ ଆନ୍ଦୋଳନ

ଯଶିପୁର: ମୟୂରଭଞ୍ଜ ଜିଲ୍ଲା ପୁର ବଜାର ନିକଟ ଅଁଳାବେଣୀ ଗ୍ରାମ ନାନାପ୍ରକାର ମୌଳିକ ସମସ୍ୟା ଦେଇ ଗତି କରୁଥିବା ବେଳେ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଆଜି ୱାର୍ଡ ସଭ୍ୟ, ସମିତି ସଭ୍ୟ, ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀମାନଙ୍କୁ ଡାକି ଗ୍ରାମରେ ବୈଠକ ଆୟୋଜନ କରାଯିବା ଚର୍ଚ୍ଚାର ବିଷୟ ପାଲଟିଛି।

ଅବସରପ୍ରାପ୍ତ ଶିକ୍ଷକ ଅଯୋଧ୍ୟାଚରଣ ପାତ୍ରଙ୍କ ତତ୍ତ୍ବାବଧାନରେ ତଥା ବିଶିଷ୍ଟ ଚାଷୀ ସୁରେନ୍ଦ୍ର ନାଥ ମହାନ୍ତଙ୍କ ସଭାପତିତ୍ବରେ ବୈଠକ ହୋଇଥିଲା। ଏଥିରେ ଗ୍ରାମବାସୀମାନେ ରାସ୍ତାଘାଟ ନିର୍ମାଣ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ଆଲୁଅ ବ୍ୟବସ୍ଥା, ପରିବେଶ ସୁରକ୍ଷା କରିବା ଆଦି ସମସ୍ୟା ଦେଇ ଗତି କରୁଥିବା ବେଳେ ସରକାରୀ କଳ ଏଥିପ୍ରତି ଦୃଷ୍ଟି ଦେଉ ନାହିଁ ବୋଲି ଅଭିଯୋଗ କରିଥିଲେ। ତେଣୁ ଗ୍ରାମବାସୀମାନେ ପ୍ରାର୍ଥୀଙ୍କୁ କହିଥିଲେ ଯେ ପ୍ରାର୍ଥୀମାନେ ଜିତିଲେ ଏ ଦିଗରେ ଧ୍ୟାନ ଦେବେ। ନ ହେଲେ ସେମାନେ ଆଗକୁ ଆନ୍ଦୋଳନ କରିବେ। ତେବେ ୪୧ ନଂ. ଜିଲ୍ଲା ପରିଷଦ ବିଜେପି ପ୍ରାର୍ଥୀ ଶ୍ରଦ୍ଧାଂଜଳି ନାୟକ ଓ କଂଗ୍ରେସ ପ୍ରାର୍ଥୀ ଅନ୍ନପୂର୍ଣ୍ଣା ତିରିଆଙ୍କ ସହ ସରପଞ୍ଚ ପ୍ରାର୍ଥୀ ପ୍ରଦୀପ କୁମାର ନାଏକ, ବିଭୀଷଣ ନାଏକ ସରପଞ୍ଚ ପ୍ରାର୍ଥୀ ପ୍ରଦୀପ କୁମାର ନାଏକ ପ୍ରମୁଖ ଜିତିଲେ ସମସ୍ୟା ଦୂର କରିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର