କଲେଇପୋଷ: ବହୁ ଚର୍ଚ୍ଚିତ ଚୋରଧରା କୁରାଢି ନାଳ ପୋଲ ଉପରେ ଆଣ୍ଠୁଏ ଲେଖାଏଁ ଗର୍ତ୍ତ। ଗର୍ତ୍ତରେ ପାଣି ଭରି ରହୁଥିବାରୁ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସ୍ଥାନୀୟ ଲୋକେ ପଞ୍ଚାୟତକୁ ଅନେକ ଥର ଅଭିଯୋଗ କରି ଆସୁଥିଲେ। ମାତ୍ର ପଞ୍ଚାୟତ ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଶେଷରେ ବାଧ୍ୟହେଇ ସ୍ଥାନୀୟ ଯୁବଗୋଷ୍ଠୀ ରାଖଡ଼ ପକାଇ ରାସ୍ତା ମରାମତି କରୁଥିବା ଦେଖିବାକୁ ମିଳିଛି। ପ୍ରାୟ ପଚାଶ ମିଟରର ପୋଲ ଉପରେ ପାଣି ନିଷ୍କାସନ ପାଇଁ ପୋଲ ଉପରେ ଛିଦ୍ର ଅଛି ସତମାତ୍ର ପୋଲ ଉପରେ ଛ ଇଞ୍ଚ୍ ମୋଟାର ମାଟି ଜମା ହୋଇଥିବାରୁ ଛିଦ୍ର ଦେଇ ପାଣି ନିଷ୍କାସନ ହୋଇ ପାରୁ ନାହିଁ। ଏହି ସମସ୍ୟା ଗତ ପ୍ରାୟ ଦୁଇ ବର୍ଷ ହେବ ଲାଗି ରହିଛି। ଗତ ଦୁଇ ବର୍ଷ ଭିତରେ ଏହି ପୋଲ ଉପରେ ବହୁବାର ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଯୁବଗୋଷ୍ଠୀ ମନ୍ତବ୍ୟ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ଦଲମକୁଚା ଘାଟି ଠାରୁ ଜାମୁଡିହି ଭାୟା ଗଗନାପୋଷ ଚୋରଧରାକୁ ସଂଯୋଗ କରୁଥିବା ରାସ୍ତା ଉପରେ ପଡ଼େ ଏହି କୁରାଢି ନାଳ ପୋଲ। ଚୋରଧରା ପଞ୍ଚାୟତର ୩ ନଂ ୱାଡ ମେମ୍ବର ଜିଗର ମୁଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଯୁବକ ସଂଘର ସଦସ୍ୟ ରାଜେଶ ମୁଣ୍ଡା, ଲାଦୁରା ମୁଣ୍ଡା, ଦିଲୀପ ବାରିକ, ସାମୁଏଲ ମୁଣ୍ଡା, ସଞ୍ଜୟ ମୁଣ୍ଡା, ରାଜକୁମାର ମୁଣ୍ଡା ପ୍ରମୁଖ ଏହି ରାସ୍ତା ମରାମତିରେ ସହଯୋଗ କରିଥିଲେ।
ପଞ୍ଚାୟତ ଶୁଣିଲାନି; ଯୁବ ସଂଘ ମରାମତି କଲେ ରାସ୍ତା
/sambad/media/post_attachments/wp-content/uploads/2022/08/df40a98d-eb2f-47bc-ab10-64d16a15a441.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)