ସମ୍ବଲପୁର : ଭିମସାର ନିର୍ଦେଶକ ଡା.ଅଶ୍ବିନୀ ପୂଜହାରୀଙ୍କୁ ସରକାର ଅନିର୍ଦ୍ଦିଷ୍ଟ ପାଇଁ ଛୁଟିରେ ପଠାଇଥିବା ବେଳେ ଏହାର ପ୍ରତିକ୍ରିୟାରେ ଶୁକ୍ରବାର ଜେଲ ଛକଠାରେ ଏକ ଗଣ ବିକ୍ଷୋଭ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ନିର୍ଦ୍ଦେଶକ ଡା. ପୂଜାହାରୀଙ୍କୁ ଭିମ୍ସାର୍ରେ ପୁନଃଅବସ୍ଥାପିତ କରିବା ଦାବିରେ ବହୁ ଲୋକ ଏହି ଗଣଧାରଣାରେ ସାମିଲ ହୋଇଥିଲେ।
ସଭା ଶେଷରେ ଉତ୍ତରାଞ୍ଚଳ ରାଜସ୍ବ କମିସନରଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଦାବି ପତ୍ର ପ୍ରଦାନ କରା ଯାଇଥିଲା। ଆସନ୍ତା ୩୧ ତାରିଖ ସୁଦ୍ଧା ଡା.ପୂଜାହାରୀଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ସରକାର ନିର୍ଦେଶ ନଦେଲେ ବୁର୍ଲା ଚଲୋ ଅଭିଯାନ କରି ଭିମସାର ଘେରାଉ କରାଯିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି। ଏହାସହ ସମଗ୍ର ପଶ୍ଚିମ ଓଡ଼ିଶା ଅଚଳ କରିଦିଆଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।