ଜିଦ୍‌ରେ ଅଟଳ ଜେଡିଏ: ପୁଣି ବିଫଳ ହେଲା ଆଲୋଚନା

ସମ୍ବଲପୁର : ଭିମ୍‌ସାରରେ କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନକୁ ୧୯ ଦିନ ପୂରିଛି। ମଙ୍ଗଳବାର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଦେଖା କରି ଫେରିବା ସତ୍ତ୍ବେ ଜେଡିଏ ଆନ୍ଦୋଳନ ପ୍ରତ୍ୟାହାର ନେଇ କୌଣସି ନିଷ୍ପତ୍ତି ନନେବାରୁ ବୁଧବାର ପୁଣି ଏକ ମିଳିତ ବୈଠକ ବସିଥିଲା। ଭିମସାର ଅଧ୍ୟକ୍ଷ ତଥା ଡିନ୍‌ ପ୍ର. ବିଏମ୍‌ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା, ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀ, ଅତିରିକ୍ତ ଏସପି ଅମରେନ୍ଦ୍ର ରଣା, ଏସଡିପିଓ ଶିଶୁ ରଞ୍ଜନ ମହାପାତ୍ର, ବୁର୍ଲା ଥାନା ଆଇଆଇସି ମାନସ ରଞ୍ଜନ ପ୍ରଧାନ ତଥା ଜେଡିଏର ଏକ ପ୍ରତିନିଧି ଦଳ ଉପସ୍ଥିତ ଥିଲେ। ଦୀର୍ଘ ୧ ଘଣ୍ଟା ଧରି ଜିଲ୍ଲାପାଳ, ଅତିରିକ୍ତ ଏସପି ଏବଂ ବିଧାୟିକା ପ୍ରମୁଖ ଜେଡିଏ ପ୍ରତିନିଧି ଦଳଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ବୁଝାଇଥିଲେ। ସରକାରଙ୍କ ପକ୍ଷରୁ ନିଯୁକ୍ତ କମିଟି ତଦନ୍ତ ଶେଷ କରିଛି। ତେଣୁ ରିପୋର୍ଟକୁ ଅପେକ୍ଷା କରାଯାଉ, କିନ୍ତୁ ଆନ୍ଦୋଳନ କରି ସ୍ବାସ୍ଥ୍ୟସେବାରେ ବାଧା ସୃଷ୍ଟି କରନ୍ତୁନି ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା କନିଷ୍ଠ ଡାକ୍ତରଙ୍କୁ ବୁଝାଇଥିଲେ। କିନ୍ତୁ ଜେଡିଏ ନିଜ ଜିଦ୍‌ରେ ଅଟଳ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର