ମହିଳା ଦିବସରେ ଡାକ୍ତରଙ୍କ ଅଭିନବ ପଦକ୍ଷେପ : ଭିମ୍‌ସାର୍‌ରେ ପ୍ରଥମ ଜନ୍ମିତ କନ୍ୟାଶିଶୁକୁ ୨୦ ହଜାର ସହାୟତା

ସମ୍ବଲପୁର : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭିମସାର୍‌ରେ ଜନ୍ମ ହୋଇଥିବା ଶିଶୁକନ୍ୟାକୁ ୨୦ ହଜାର ଟଙ୍କାର ସହାୟତା ରାଶି ଦେଇ ଭିମସାର୍‌ର ସମାଜସେବୀ ଡାକ୍ତର ଶଂକର ରାମଚନ୍ଦାନୀ ଉଦାହରଣ ସୃଷ୍ଟି କରିଛନ୍ତି। ଶନିବାର ମଧ୍ୟ ରାତ୍ରୀ ପ୍ରାୟ ୧୨ଟା ୩୩ରେ ଭିମ୍‌ସାର୍‌ରେ ପ୍ରଥମ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ କାଦୋବାହାଲ ନିକଟସ୍ଥ ଝାଙ୍କରବାହାଲ ଗାଁର ଗୀତା ସୁନା (୨୫) ଏହି କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ନିଜ ପୂର୍ବ ଘୋଷଣା ମୁତାବକ ଡା. ରାମଚନ୍ଦାନୀ ଶିଶୁଟିର ମା ଗୀତା ଓ ପିତା ଶ୍ୟାମ ସୁନାଙ୍କୁ ଲାଳନ ପାଳନ ପାଇଁ ୨୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ। ଏହି ଟଙ୍କା ପାଇ ଗରିବ ଦମ୍ପତି ବେଶ ଆନନ୍ଦିତ ହୋଇଥିଲେ। ପ୍ରତି ବର୍ଷ ମହିଳା ଦିବସ ଅବସରରେ ପ୍ରଥମ ନବଜନ୍ମିତ ଶିଶୁକୁ ଏଭଳି ସହାୟତା ପ୍ରଦାନ କରିବେ ବୋଲି ଡା. ରାମଚନ୍ଦାନୀ ଘୋଷଣା କରିଛନ୍ତି। ଡା. ରାମଚନ୍ଦାନୀଙ୍କ ନିଜର ଦୁଇ ଯାଁଳା ଝିଅ ଥିବା ବେଳେ କନ୍ୟା ସନ୍ତାନ ବୋଝ ନୁହେଁ, ଆମର ଶକ୍ତି ଓ ସାମର୍ଥ୍ୟ ବୋଲି ବାର୍ତ୍ତା ଦେବାକୁ ଏଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର