ଭିମ୍‌ସାର୍‌ ଫାଣ୍ଡିରେ ଗଡ଼ୁଛି ମଦ ବୋତଲ, ଗଞ୍ଜେଇ ମାଡ଼ରେ ବ୍ୟସ୍ତ ପୁଲିସ୍‌ ବାବୁ

ସମ୍ବଲପୁର : କେତେବେଳେ ଚୋରି ତ ଆଉ କେତେବେଳେ ଡାକ୍ତରଙ୍କୁ ଖୋଲାଖୋଲି ହତ୍ୟା ଧମକ ଘଟଣାକୁ ନେଇ ବୁର୍ଲା ଡାକ୍ତରଖାନା ବର୍ଷ ସାରା ଚର୍ଚ୍ଚାରେ ରହିଆସିଛି। କେବଳ ଯେ ବିଗିଡ଼ି ଯାଇଥିବା ସ୍ବାସ୍ଥ୍ୟସେବା ପାଇଁ ନୁହେଁ ବରଂ ଡାକ୍ତରଖାନା ପରିସରରେ ଘଟି ଚାଲିଥିବା ସଙ୍ଗିନ ଅପରାଧ ପାଇଁ ବୁର୍ଲା ଖବରକାଗଜର ପୃଷ୍ଠା ମଣ୍ଡନ କରିଆସିଛି। ଏବେ ଡାକ୍ତରଖାନା ଫାଣ୍ଡି ପୁଲିସ୍‌ କଣ କରୁଛି ତାହା ସୋମବାର ଭାଇରାଲ ହୋଇଥିବା କିଛି ଫଟୋରୁ ସ୍ପଷ୍ଟ ଭାବେ ବାରି ହୋଇପଡ଼ିଛି। ଫଟୋରେ ଫାଣ୍ଡି ପରିସରରେ ଶହ ଶହ ମଦ ବୋତଲ ଗଡ଼ୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଅପରପକ୍ଷେ, ଆଉ ଏକ ଫଟୋରେ ପୁଲିସ୍‌ ବାବୁ ଫାଣ୍ଡି ପରିସରରେ ଗଞ୍ଜେଇ ଦଳୁଛନ୍ତି।

ଲକ୍‌ଡାଉନ୍‌ ପାଇଁ ମଦ କାରବାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ସମୟରେ ଏହି ମଦ ପୁଲିସ୍‌ ବାବୁଙ୍କ ନିକଟକୁ କୁଆଡ଼ୁ ଆସୁଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ, ଫାଣ୍ଡି ପରସରରେ ପୁଲିସ ବାବୁମାନେ ନିଶା କାରବାର କରୁଥିବା ଅଭିଯୋଗ ହେଉଛି। ଘଟଣା ସମ୍ପର୍କରେ ବୁର୍ଲା ଏସ୍‌ଡିପିଓ ଶିଶୁରଞ୍ଜନ ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଫଟୋଗୁଡ଼ିକର ତର୍ଜମା କରାଯାଉଛି ଓ ଠିକ୍‌ ସମୟରେ ଠିକ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର