ଭିମାସାର ଅଧ୍ୟକ୍ଷଙ୍କ ଇସ୍ତଫା

ବୁର୍ଲା : ଭିମସାର ଅଧ୍ୟକ୍ଷ ତଥା ଡିନ୍ ପଦରୁ ପ୍ରଫେସର ଡା. ମନୋଜ ମହାପାତ୍ର ଇସ୍ତଫା ଦେଇଛନ୍ତି। ସରକାରଙ୍କୁ ପଠାଇଥିବା ସଂକ୍ଷିପ୍ତ ଇସ୍ତଫା ପତ୍ରରେ ସେ ସ୍ୱାସ୍ଥ୍ୟଗତ ସମସ୍ୟାକୁ କାରଣ ଦର୍ଶାଇଛନ୍ତି। ଏ ସଂପର୍କରେ ପଚରା ଯିବାରୁ ଇସ୍ତଫା ଦେଇଥିବା କଥା ପ୍ର. ମହାପାତ୍ର ସ୍ୱୀକାର କରିଥିଲେ ବି ଏହାର କାରଣ ସ୍ପଷ୍ଟ କରି ନାହାନ୍ତି। ତେବେ ଭିମସାରରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ଓ ଅସ୍ଥିରତା କାରଣରୁ ସେ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି। ତେବେ ଇସ୍ତଫା ପତ୍ର ପଠାଇଥିଲେ ବି ତାହା ଗୃହୀତ ହୋଇ ନାହିଁ। ପୂର୍ବରୁ ମଧ୍ୟ ଅଧ୍ୟକ୍ଷ, ଅଧୀକ୍ଷକମାନେ ପଠାଇଥିବା ଇସ୍ତଫା ପତ୍ର ବହୁ ଦିନ ପର୍ଯ୍ୟନ୍ତ ଗୃହୀତ ହୋଇ ନଥିବା ନଜିର ରହିଛି। ଡା. ମହାପାତ୍ର ଭିମସାର୍ ଭେଷଜ ବିଭାଗର ପ୍ରଫେସର ଅଛନ୍ତି।

ସମ୍ବନ୍ଧିତ ଖବର