ଭିମ୍‌ସାର ରାଗିଂ ଘଟଣା : ୧୫ରେ ରିପୋର୍ଟ ଦେବ ଆଣ୍ଟି ରାଗିଂ ସେଲ୍‌

ସମ୍ବଲପୁର : ଗତ ମଙ୍ଗଳବାର ରାତିରେ ଭିମସାର୍‌ର କନିଷ୍ଠ ଛାତ୍ରାବାସରେ ବରିଷ୍ଠ ଡାକ୍ତରୀ ଛାତ୍ରମାନେ ରଚିଥିଲେ ତାଣ୍ଡବ। ଏ ନେଇ ଅଭିଯୋଗ ଆସିବା ପରେ ତୁରନ୍ତ ଆଣ୍ଟି ରାଗିଂ ସେଲ୍‌କୁ ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଥିଲା। ଏହି ସେଲ୍‌ ଘଟଣାର ତଦନ୍ତ କରୁଥିବା ସମୟରେ ଆସନ୍ତା ୧୫ ତାରିଖ ଦିନ ତଦନ୍ତ ରିପୋର୍ଟ ପ୍ରଦାନ କରିବ ବୋଲି ଭିମସାର ଅଧ୍ୟକ୍ଷ ଡା. ଜୟଶ୍ରୀ ଦୋରା କହିଛନ୍ତି। ତଦନ୍ତ ରିପୋର୍ଟ ଆସିବା ପରେ ଯଦି କିଛି ଘଟିଥିବ ତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଅନ୍ୟପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଛି। ତେବେ ଅଭ୍ୟନ୍ତରୀଣ ସୁରକ୍ଷାରେ ସେଭଳି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭିମ୍‌ସାର୍‌ କର୍ତ୍ତୃପକ୍ଷ ତଦନ୍ତ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ରାଗିଂ ହୋଇଥିବା ମାନିବା ପାଇଁ ପ୍ରସ୍ତୁତ ନଥିବା ବେଳେ ହଷ୍ଟେଲ୍‌ ଭିତରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ନଥିବାରୁ କନିଷ୍ଠ ଛାତ୍ରମାନଙ୍କ ଉପରେ ଚାପ ସୃଷ୍ଟି କରାଯିବାର ଆଶଂକା ଦେଖାଦେଇଛି।

ସମ୍ବନ୍ଧିତ ଖବର