ଭିମସାର ରୢାଗିଂ ଘଟଣାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ, ଛାତ୍ରସଂସଦ କର୍ମକର୍ତ୍ତାଙ୍କୁ ମାସେ ଶ୍ରେଣୀ ମନା

ସମ୍ବଲପୁର: ଭିମସାର ବୁର୍ଲାରେ ରୢାଗି˚ ଅଭିଯୋଗ ଆସିବା ପରେ କର୍ତୃପକ୍ଷ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭିମସାର୍ ଛାତ୍ର ସଂସଦର ସମସ୍ତ ୨୩ ଜଣ କର୍ମକର୍ତା ସଦସ୍ୟଙ୍କୁ ୧ ମାସ ପାଇଁ କ୍ଲାସ୍‌ ଓ ଲାଇବ୍ରେରିରୁ ବାସନ୍ଦ କରାଯାଇଛି। ଏହି ଚତୁର୍ଥ ବର୍ଷର ଛାତ୍ରଛାତ୍ରୀମାନେ ମାସେ ପର୍ଯ୍ୟନ୍ତ କ୍ଲାସ୍‌ କରିପାରିବେ ନାହିଁ ବା କଲେଜ ଲାଇବ୍ରେରିରେ ପ୍ରବେଶ କରିପାରିବେ ନାହିଁ ବୋଲି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଭିମସାରରେ ରୢାଗି˚ ହେଉଥିବା ନେଇ ଜାତୀୟ ରୢାଗି˚ ଓ ଜାତିଆଣ ବିଦ୍ବେଷ ନିରୋଧୀ ସେଲ ପକ୍ଷରୁ କତୃର୍ପକ୍ଷ ଅବଗତ ହୋଇଥିଲେ। ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ରୢାଗି˚ର ଶିକାର ହେଉଥିବା ନେଇ ରୢାଗି˚ ଓ ଜାତିଆଣ ବିଦ୍ବେଷ ନିରୋଧୀ ସେଲରେ ଗୋଟିଏ କି ଦୁଇଟି ନୁହେଁ, ତିନି ତିନିଟି ଅଭିଯୋଗ ହୋଇଥିଲା। ଏ ସ˚ପର୍କରେ ସେଲ୍‌ ପକ୍ଷରୁ ଭିମସାର କତୃର୍ପକ୍ଷଙ୍କୁ ଜବାବ ତଲବ କରା ଯାଇଥିଲା। ଫଳରେ ଭିମସାର ଆଣ୍ଟିରୢାଗି˚ କମିଟି ଘଟଣାର ତଦନ୍ତ କରି ଅଭିଯୋଗରେ ସତ୍ୟତା ଥିବା ଜାଣିବା ପରେ ଉପରୋକ୍ତ ନିଷ୍ପତ୍ତି ନେଇଛି। କୌଣସି ନିର୍ଦ୍ଦିଷ୍ଟ ଛାତ୍ରଛାତ୍ରୀ ବଦଳରେ ସ˚ପୂର୍ଣ୍ଣ ଚତୁର୍ଥ ବର୍ଷ ଛାତ୍ରଛାତ୍ରୀଙ୍କ ବିରୋଧରେ ରୢାଗି˚ ଅଭିଯୋଗ ଆସି ଥିବାରୁ ଭିମସାର ଆଣ୍ଟି ରୢାଗି˚ କମିଟିର ରିପୋର୍ଟ ଆଧାରରେ ଉକ୍ତ ବ୍ୟାଚ୍‌ରୁ ନିର୍ବାଚିତ ହେଉଥିବା ଛାତ୍ର ସଂସଦର ସମସ୍ତ ପ୍ରତିନିଧିଙ୍କୁ ଦଣ୍ତିତ କରାଯାଇଛି। ଏନେଇ ଜାତୀୟ ରୢାଗି˚ଓ ଜାତିଆଣ ବିଦ୍ବେଷ ନିରୋଧୀ ସେଲକୁ ଅବଗତ କରାଯାଇଛି ବୋଲି ଭାରପ୍ରାପ୍ତ ଅଧୢକ୍ଷ ତଥା ଡିନ୍‌ ପ୍ର. ବର୍ଷା ଟୁଡୁ ‘ସମ୍ବାଦ’କୁ ସୂଚନା ଦେଇଛନ୍ତି। ଏହାଛଡ଼ା ଛାତ୍ର ସ˚ସଦ କାର୍ଯ୍ୟକ୍ରମ ଗୁଡ଼ିକ ଉପରେ ମଧୢ ପ୍ରତିବନ୍ଧକ ଲଗାଯାଇଛି। ଛାତ୍ରମାନେ ଆୟୋଜନ କରିଥିବା ଏକ କାର୍ଯ୍ୟକ୍ରମକୁ ଶେଷ ମୁହୂର୍ତ୍ତରେ ବାତିଲ କରି ଦିଆଯାଇଛି।

ଅପରପକ୍ଷରେ ଏହି କାର୍ଯ୍ୟାନୁଷ୍ଠାନ ନେଇ ଛାତ୍ରଛାତ୍ରୀଙ୍କ ମଧୢରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଛାତ୍ର ସ˚ସଦ ପକ୍ଷରୁ ଭିମସାର ଆଣ୍ଟିରୢାଗି˚ କମିଟିର ଗଠନ ଓ ତଦନ୍ତର ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଛନ୍ତି। ଛାତ୍ର ସ˚ସଦ ସଭାପତି ଦେବକୀ ନନ୍ଦନ ଶତପଥୀ କହିଛନ୍ତି ଯେ ଏମ୍‌ସିଆଇ ନିୟମ ଅନୁଯାୟୀ ପ୍ରତ୍ୟେକ ଅନୁଷ୍ଠାନର ଆଣ୍ଟିରୢାଗି˚ କମିଟିରେ ଉକ୍ତ ଅନୁଷ୍ଠାନର ଛାତ୍ର ସଂସଦ ସଭାପତି ଓ ଉପଦେଷ୍ଟା ସଦସ୍ୟ ରହିବା କଥା। ଭିମସାରରେ ବି ପୂର୍ବ ବର୍ଷମାନଙ୍କରେ ସେମାନେ ରହୁଥିଲେ। କିନ୍ତୁ ଏଥର ସେମାନଙ୍କୁ ରୢାଗି˚ କମିଟିରେ ସ୍ଥାନ ଦିଆ ଯାଇ ନାହିଁ। ନିରପେକ୍ଷ ତଦନ୍ତ ନକରି, ଅଭିଯୁକ୍ତ ପକ୍ଷର ମତାମତ ନନେଇ ଏକତରଫାଭାବେ ଦଣ୍ତାଦେଶ ଶୁଣାଯାଇଛି। ତେଣୁ ଛାତ୍ର ସ˚ସଦ ସଦସ୍ୟମାନେ କ୍ଲାସ୍‌ ନକଲେ ୫ଟି ଯାକ ବର୍ଷର ୭୫୦ ଛାତ୍ରଛାତ୍ରୀ କେହି କ୍ଲାସ କରିବେ ନାହିଁ ବୋଲି ଦେବକୀ ନନ୍ଦନ କହିଛନ୍ତି।

ସମ୍ବନ୍ଧିତ ଖବର