ବୁର୍ଲା : ଭିମ୍‌ସାର୍ ପ୍ରଥମ କୋଭିଡ୍ ହସ୍ପିଟାଲ୍‌ରେ ଦୀର୍ଘ ଦୁଇ ମାସ ବ୍ୟବଧାନ ପରେ କୋଭିଡ୍ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ଶୂନ୍‌ରେ ପହଞ୍ଚିଛି ବୋଲି ଡାକ୍ତର ମନୋରଞ୍ଜନ ନାଏକ ସୂଚନା ଦେଇଛନ୍ତି। ମାର୍ଚ୍ଚ ଶେଷ ସପ୍ତାହରେ କୋଭିଡ୍ ହସ୍ପିଟାଲ୍ ଧୀରେ ଧୀରେ ରୋଗୀ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ମାର୍ଚ୍ଚ ୨୬ ତାରିଖରେ ଏଥର ପ୍ରଥମ କୋଭିଡ୍ ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ସେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏଠାକୁ ସ୍ଥାନାନ୍ତର ହୋଇଥିଲେ।

Advertisment

ଏହି ବିଗତ ଦୁଇ ମାସ ମଧ୍ୟରେ କୋଭିଡ୍ ହସ୍ପିଟାଲ୍‌ରେ ୧୨ ଜଣ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା। ମଝିରେ ରୋଗୀ ସଂଖ୍ୟା ୩୦ ଅତିକ୍ରମ କରିଥିଲା। ଚଳିତ ମାସ ପ୍ରଥମ ସପ୍ତାହରେ ଏହା ତଳ ମୁହାଁ ହୋଇ ରୋଗୀ ସଂଖ୍ୟା ୧୦ ଭିତରେ ସୀମିତ ରହିଥିଲା। ତୃତୀୟ ସପ୍ତାହରେ ରୋଗୀ ସଂଖ୍ୟା ହ୍ରାସ ପାଇ ବର୍ତ୍ତମାନ କୋଭିଡ୍ ହସ୍ପିଟାଲ୍ ପୂରା ଖାଲି ରହିଛି ବୋଲି ଡାକ୍ତର ନାଏକ ସୂଚନା ଦେଇଛନ୍ତି।