ସୋର : ନିର୍ଯାତନାର ଶିକାର ଜଣେ ମହିଳା ସୋର ଥାନାରେ ଶରଣ ପଶିଛନ୍ତି। ଶାଶୂ, ନଣନ୍ଦ ଓ ମଳାଶୁରଙ୍କ ନିର୍ଯାତନା ଅସହ୍ୟ ହେବାରୁ ସେ ଓ ତାଙ୍କ ଦିବ୍ୟାଙ୍ଗ ସ୍ୱାମୀଙ୍କୁ ସୁରକ୍ଷା ଦେବାକୁ ଦାବି କରିଛନ୍ତି। ଏତଲାରେ ଲେଖିଛନ୍ତି; ତାଙ୍କ ଶାଶୂ ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ। ତିନିହେଁ ମିଶି ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ ବହୁବାର ମାରିଦେବାକୁ ଉଦ୍ୟମ ମଧ୍ୟ କରିଛନ୍ତି। ତାଙ୍କ ଘରକୁ ଆସୁଥିବା ଭଦ୍ରକର ଜଣେ ପ୍ରଭାବଶାଳୀ ବ୍ୟକ୍ତି ମନମୋହନ ସାମଲଙ୍କ ସାହସରେ ସେମାନେ ଏସବୁ କରୁଥିବା ସେ ଏତଲାରେ ଦର୍ଶାଇଛନ୍ତି। ତେବେ ମନମୋହନ ସାମଲ କିଏ, ସେନେଇ ଚର୍ଚ୍ଚା ଜୋର ଧରିଛି। ମହିଳା ଜଣକ ୧୮ ତାରିଖରୁ ଥାନାରେ ଏତଲା ଦେଲେଣି। ହେଲେ ପୁଲିସ ଯୌତୁକ ନିର୍ଯାତନା କେସ୍ଟିଏ କରିଦେଇ ଚୁପ୍ ବସିଛି। ପଚାରିଲେ ଆଇଆଇସି କହୁଛନ୍ତି ମନମୋହନ କିଏ ଆମେ ଜାଣିନୁ। ଅଭିଯୋଗକାରୀ ମହିଳା ହେଲେ ସୋର ଥାନା ଅଧୀନ ଚିତ୍ତଳ ଗ୍ରାମର ଦିବ୍ୟାଙ୍ଗ ଯୁବକ ସ୍ୱରୂପାନନ୍ଦ ବେହେରାଙ୍କ ପତ୍ନୀ ରଂଜିତା। ରଂଜିତା ଚିତ୍ତଳ ଗାଁର ସ୍ୱର୍ଗତ ରମେଶଚନ୍ଦ୍ର ବେହେରାଙ୍କ ପୁଅ ସ୍ୱରୂପାନନ୍ଦଙ୍କୁ ୩ବର୍ଷ ତଳେ ବିବାହ କରିଥିଲେ।
ଦିବ୍ୟାଙ୍ଗ ପୁଅ-ବୋହୂଙ୍କୁ ନିର୍ଯାତନା ଅଭିଯୋଗ
ଚର୍ଚାରେ ମନମୋହନଙ୍କ ସଂପର୍କ
/sambad/media/post_attachments/wp-content/uploads/2017/11/violance.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)