ବିଜୁଳି ପାଇଁ ବାଣୀବିହାରରେ ଉତ୍ତେଜନା : ତାତିଲେ ଛାତ୍ରଛାତ୍ରୀ, ଗେଟରେ ପକାଇଲେ ତାଲା

ଭୁବନେଶ୍ୱର : ବାଣୀବିହାରରେ ତାଲା ପକାଇଲେ ଛାତ୍ରଛାତ୍ରୀ । ଫନିକୁ ୧୧ଦିନ ବିତି ଯାଇଥିଲେ ମଧ୍ୟ ଏ ଯାଏଁ ବିଶ୍ୱବିଦ୍ୟାଳୟକୁ ବିଦ୍ୟୁତ ଆସିପାରିନାହିଁ । ଫଳରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଛି । ଏ ନେଇ ଶୀଘ୍ର ବିଜୁଳି ଦାବିରେ ମୁଖ୍ୟ ଗେଟରେ ତାଲା ପକାଇ ଦେଇଛନ୍ତି ଛାତ୍ରଛାତ୍ରୀ । ୩ତାରିଖରେ ଫନି ଆସିବା ପରେ ଭୁବନେଶ୍ୱରରେ ବିଜୁଳି ସେବା ପ୍ରଭାବିତ ହୋଇଥିଲା । ଯୁଦ୍ଧକାଳୀନ ଭିତିରେ କାମ କରାଯାଇ ମହାନଗରେ ପ୍ରାୟ ଅଧିକାଂଶ ଅଞ୍ଚଳକୁ ବିଦ୍ୟୁତ ଯୋଗାଇ ଦିଆଯାଇ ସାରିଥିବା ବେଳେ ଏ ଯାଏଁ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ବାଣୀବିହାରକୁ ବିଜୁଳି ଆସିନାହିଁ । ଫଳରେ ତାତିଛନ୍ତି ଛାତ୍ରଛାତ୍ରୀ ।

Namaste India

ବାତ୍ୟା ଫନିକୁ ପ୍ରାୟ ୧୧ଦିନ ବିତିଯାଇଥିଲେ ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗ ହୋଇପାରି ନାହିଁ । ଏନଡିଆରଏଫ ଟିମ୍‌ ଓଡ୍ରାଫ୍‌ ଟିମଙ୍କୁ ଗଛ ସଫା କରିବା ସହ ବିଦ୍ୟୁତ ଖୁଣ୍ଟକୁ ସଜାଡି ବିଜୁଳି ସଂଯୋଗ କାର୍ଯ୍ୟରେ ନିୟୋଜିତ କରାଯାଇଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ହୋଇ ପାରି ନାହିଁ । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । ବିଦ୍ୟୁତ ଆସିବାରେ ବିଳମ୍ବ ହେବାରୁ ଆଜି ଛାତ୍ରଛାତ୍ରୀ ବାଣୀବିହାର ଗେଟରେ ତାଲା ପକାଇଦେଇଛନ୍ତି ।

ସମ୍ବନ୍ଧିତ ଖବର