ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ: ମିଶନଶକ୍ତିର ୨ ସିଆରପିଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ

କେନ୍ଦ୍ରାପଡ଼ା: ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି । ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଳସଙ୍ଗା ପଞ୍ଚାୟତରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ରୋଡ଼ ସୋ ଓ ଶକ୍ତି ପ୍ରଦର୍ଶନ ସମୟରେ ଅଭିଯୁକ୍ତମାନେ ନିର୍ବ‌ାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା।

ଏଥିରେ ସିଆରପି ନର୍ମଦା ବସନ୍ତିଆ ଓ ପୁଷ୍ପାଞ୍ଜଳୀ ମହାନ୍ତି ଅତନୁଙ୍କୁ ପୁଷ୍ପଗୁଚ୍ଛ ଦେବା ସହ ହୁଳହୁଳି ପକାଇ ଥିଲେ । ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଥିଲା।

ସମ୍ବନ୍ଧିତ ଖବର