ସୁନ୍ଦରଗଡ଼, ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ପଞ୍ଚାୟତସମିତିରେ ନିର୍ବାଚନ ନିୟମ ଉଲ୍ଲଂଘନ ଅଭିଯୋଗ। ତହସିଲଦାର ନିର୍ବାଚନ ଅଧିକାରୀ,କିନ୍ତୁ ବିଡିଓଙ୍କ ଦସ୍ତଖତରେ ନିର୍ବାଚନ ସଂକ୍ରାନ୍ତୀୟ ନୋଟିସ ଜାରି। କୁତ୍ରା ପଞ୍ଚାୟତ ସମିତି ଅଧ୍ଯକ୍ଷ ନିମନ୍ତେ ୧୨ ତାରିଖରେ ହେବାକୁ ଥିବା ପରୋକ୍ଷ ନିର୍ବାଚନ ପାଇଁ ଜାରି ନୋଟିସରୁ ସାମ୍ନାକୁ ଆସିଛି ନିୟମ ଉଲ୍ଲଂଘନର ଚିତ୍ର। ଅଧ୍ଯକ୍ଷ ପଦବି ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ ପାଇଁ ମାର୍ଚ୍ଚ ୪ ତାରିଖରେ କୁତ୍ରା ପଞ୍ଚାୟତସମିତି କାର୍ଯ୍ଯାଳୟରେ ଜାରି କରାଯାଇଥିଲା ନୋଟିସ। ପଞ୍ଚାୟତ ନିର୍ବାଚନ ନିୟମ ଅନୁସାରେ ବ୍ଲକ ଦାୟିତ୍ବରେ ଥିବା ନିର୍ବାଚନ ଅଧିକାରୀ ହିଁ କେବଳ ନିର୍ବାଚନ ପରିଚାଳନା କରି ପାରିବେ। ଜିଲ୍ଲାପାଳ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ କୁତ୍ରା ପଞ୍ଚାୟତସମିତି ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି ରାଜଗାଙ୍ଗପୁର ତହସିଲଦାର ଶରତ କୁମାର ବାଗ। କିନ୍ତୁ ଆଶ୍ଚର୍ଯ୍ୟର କଥା ଶ୍ରୀ ବାଗ ନିଜେ ନୋଟିସ ଜାରି କରି ନାହାନ୍ତି। ତାଙ୍କ ପରିବର୍ତ୍ତେ କୁତ୍ରା ବିଡିଓ ରବୀନ୍ଦ୍ର କୁମାର ସେଠୀଙ୍କ ଦସ୍ତଖତରେ ନୋଟିସ ଜାରି କରାଯାଇଛି। ଯାହାକୁ ନେଇ ଉଠିଛି ପ୍ରଶ୍ନ। ଦାୟିତ୍ୱ ରେ ଥିବା ରାଜଗାଙ୍ଗପୁର ତହସିଲଦାର କେଉଁ କାରଣ ଯୋଗୁଁ ଜାରି କରି ପାରିଲେନି ନୋଟିସ। ସେଦିନ କେଉଁଠି ଥିଲେ ସେ। ଅନ୍ଯପଟେ କେଉଁ ପରିସ୍ଥିତିରେ
ନିୟମ ଉଲଂଘନ କରି ନୋଟିସ ଜାରି କଲେ କୁତ୍ରା ବିଡିଓ। ନିର୍ବାଚନ କମିଶନଙ୍କ ନିୟମ ଉଲଂଘନ କରି ଜାରି କରାଯାଇଥିବା ନୋଟିସ ରେ ପଞ୍ଚାୟତସମିତି ଅଧ୍ଯକ୍ଷ ନିର୍ବାଚନ ହେବ ନା ନିର୍ବାଚନ କମିଶନ ଏହାକୁ ବେନିୟମ ଘୋଷଣା କରିବେ।। ଏଭଳି ବେନିୟମ କାମ ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳ ଉଭୟ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି? ସୂଚନାଯୋଗ୍ଯ, ସରକାରୀ ଓ ଆଦିବାସୀ ଜମିକୁ ପୁଞ୍ଜିପତିଙ୍କ ହାତରେ ଟେକିଦେବା ଅଭିଯୋଗକୁ ନେଇ ଚର୍ଚ୍ଚାରେ ଥିବା ରାଜଗାଙ୍ଗପୁର ତହସିଲଦାର ଶ୍ରୀ ବାଗ ଓ ବିଡିଓ ରବୀନ୍ଦ୍ର କୁମାର ସେଠୀଙ୍କ ଖାମଖିଆଲି ମନୋଭାବ ଏବେ ଚର୍ଚ୍ଚାରେ।
ଅଧ୍ଯକ୍ଷ ନିର୍ବାଚନରେ ନିୟମ ଉଲ୍ଲଂଘନ
ନିର୍ବାଚନ ଅଧିକାରୀ ବଦଳରେ ବିଡିଓ ଜାରି କଲେ ନୋଟିସ
/sambad/media/post_attachments/wp-content/uploads/2022/02/Election-Symbol1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)