ହକି ବିଶ୍ବକପ୍‌ ଉଦ୍‌ଘାଟନୀ ଉତ୍ସବ ଟିକେଟ୍ ପାଇଁ ଉତ୍ତେଜନା

ଭୁବନେଶ୍ବର : ଆସନ୍ତା ୨୭ତାରିଖରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ପୁରୁଷ ହକି ବିଶ୍ବକପ୍‌ର ଉଦ୍‌ଘାଟନୀ ଉତ୍ସବ ଟିକେଟ୍ ପାଇଁ କଳିଙ୍ଗ ଷ୍ଟାଡିୟମର ଗେଟ୍ ୯ ସମ୍ମୁଖରେ ଆଜି ଉତ୍ତେଜନା ଦେଖାଦେଇଛି। କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଯେ, ୧୫ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଘାଟନୀ ଉତ୍ସବର ଟିକେଟ୍ ବିକ୍ରି ହେବ। ଟିକେଟ୍ କିଣିବାକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲୋକ ଆସି ଟିକେଟ୍ କାଉଣ୍ଟର ସମ୍ମୁଖରେ ବୁଧବାର ରାତିରୁ ଛିଡ଼ା ହୋଇଥିଲେ। କିନ୍ତୁ ସକାଳେ କର୍ତ୍ତୃପକ୍ଷ କହିଥିଲେ ଯେ, ଉଦ୍‌ଘାଟନୀ ଉତ୍ସବ ଟିକେଟ୍ ଏବେ ବିକ୍ରି ହେବନି। ଏହାପରେ ଦୀର୍ଘ ୧୨ଘଣ୍ଟାରୁ ଅଧିକ ସମୟ ଧରି ଅପେକ୍ଷା କରିଥିବା ଲୋକମାନେ ବ୍ୟାରିକେଡ୍ ଭାଙ୍ଗିବା ସହ ହୋହଲ୍ଲା କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ବୁଝାସୁଝା କରିଥିଲେ ହେଁ ପରିସ୍ଥିତି ନିୟନ୍ତ୍ରଣାଧୀନ ନହେବାରୁ ପୁଲିସ ଲାଠି ଚାଳନା କରିଥିଲା।

ସମ୍ବନ୍ଧିତ ଖବର