ବନ୍ତଳା: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଅଙ୍ଗାରବନ୍ଧ ପଞ୍ଚାୟତରେ ଥିବା ଏକ ଗ୍ରାହକ ସେବା କେନ୍ଦ୍ରରେ ଦୁର୍ବୃତ୍ତମାନେ ସୋମବାର ରାତିରେ ନିଆଁ ଲଗାଇ ଦେଇଛନ୍ତି। ଗ୍ରାହକ କେନ୍ଦ୍ରରେ ନିଆଁ ଲାଗିବା ଦ୍ବାରା କମ୍ପ୍ୟୁଟର ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସମେତ ବହୁ ଜିନିଷ ପୋଡି ପାଉଁଶ ହୋଇଯାଇଛି। ଏହି ଘଟଣା ରାଜନୀତିକୁ ନେଇ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।
ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ପଞ୍ଚାୟତ ନିର୍ବାଚନକୁ ନେଇ ଦୁର୍ବୃତ୍ତମାନେ ଗ୍ରାହକ ସେବା କେନ୍ଦ୍ରରେ ନିଆଁ ଲଗାଇଛନ୍ତି। ଗତକାଲି ଭୋଟ୍ ଗଣତି ହୋଇଥିଲା। ଏଥିରେ ଜଣେ ନିର୍ଦ୍ଦିଷ୍ଟ ଦଳର ସରପଞ୍ଚ ପ୍ରାର୍ଥୀଙ୍କ ପରାଜୟ କାରଣରୁ ଦୁର୍ବୁତ୍ତ ମାନେ ଜନ ସେବା କେନ୍ଦ୍ରରେ ନିଆଁ ଲଗାଇ ଦେଇଥିଲେ। ଫଳରେ ସେହି କୋଠରୀରେ ଥିବା କମ୍ପ୍ୟୁଟର, କାଗଜପତ୍ର ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଜିନିଷ ପୋଡି ନଷ୍ଟ ହୋଇଯାଇଛି।
ଅଙ୍ଗାରବନ୍ଧ ପଞ୍ଚାୟତରେ ସେହି ଗ୍ରାମର ଡାକ୍ତର ସାହୁ ଏକ ଜନସେବା କେନ୍ଦ୍ର ଖୋଲିଥିଲେ। ସେ ଅନଲାଇନ ଯୋଗେ ସେହି ପଂଚାୟତର ଲୋକଙ୍କ ବିଭିନ୍ନ କାର୍ଯ୍ୟ କରୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ କୌଣସି ଦୁର୍ବୃତ୍ତ ତାଙ୍କ ଜନସେବା କେନ୍ଦ୍ରରେ ନିଆଁ ଲଗାଇ ଦେଇଥିଲା। ତେବେ ଏହି କାଣ୍ଡ ରାଜନୈତିକ ଉଦ୍ଦେଶ୍ୟ ନେଇ ହୋଇଥିବା ଡାକ୍ତର ପ୍ରକାଶ କରିଛନ୍ତି।