ବ୍ରହ୍ମପୁର: ସହରରେ ଦିନକୁ ଦିନ ମାନସିକ ବିକୃତଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଆଜି ଜନୈକା ମାନସିକ ବିକୃତ ମହିଳା ପଥର ମାଡ଼ କରିବାରୁ ବାପ-ପୁଅ ଆହତ ହୋଇଛନ୍ତି। ପୁଅର ମୁଣ୍ଡ ଫାଟି ଯାଇଥିବା ବେଳେ ବାପାଙ୍କ ଶରୀରରେ ମଧ୍ୟ ଆଘାତ ଲାଗିଛି। ଏ ଦିଗରେ ଦୃଷ୍ଟି ଦେଇ ପ୍ରଶାସନ କିଛି ପଦକ୍ଷେପ ଗ୍ରହଣ କରି ମାନସିକ ବିକୃତଙ୍କୁ ଥଇଥାନ କରିବାକୁ ସାଧାରଣରେ ଦାବି ହୋଇଛି।
ଆଜି ସକାଳେ ପାତ୍ରପୁରର ରତ୍ନାକର ପ୍ରଧାନ ଓ ତାଙ୍କ ୪ବର୍ଷର ପୁଅ ତନ୍ମୟ ପ୍ରଧାନ ବାଇକ୍ରେ ହସ୍ପିଟାଲ ଯାଉଥିଲେ। ଟାଟାବେଞ୍ଜ ଛକ ଦେଇ ଯାଉଥିବା ବେଳେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଜନୈକା ମାନସିକ ବିକୃତ ମହିଳା ହଠାତ୍ ତାଙ୍କ ଉପରକୁ ଦୁଇଟି ପଥର ଫିଙ୍ଗିଥିଲେ। ଗୋଟିଏ ପଥର ପୁଅ ତନ୍ମୟଙ୍କ ମୁଣ୍ଡରେ ବାଜିଥିବା ବେଳେ ଅନ୍ୟ ଏକ ପଥର ରତ୍ନାକରଙ୍କ ପେଟରେ ବାଜିଥିଲା। ତନ୍ମୟଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ତାଙ୍କୁ ଚିକିିତ୍ସା କରାଯାଇଛି। ପରେ ରତ୍ନାକର ଏ ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ହେଲେ ସେଠାରେ ପୁଲିସ ଏହି ଘଟଣାକୁ ନେଇ ଅସହାୟ ପ୍ରକାଶ କରିଥିଲା। ଏହି ଘଟଣା ଆଜି ସହରରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରଶାସନ ଏ ଦିଗରେ ଦୃଷ୍ଟି କିଛି ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/st-1.jpg)