ପୁରୀ : ମା’ ସୁଭଦ୍ରାଙ୍କ ରଥ ଉପରେ ଜଣେ ବରିଷ୍ଠ ଦଇତାପତିଙ୍କ ଆଚରଣକୁ ନେଇ ସୋସିଆଲ୍ ମିଡିଆରେ ଘୂରି ବୁଲୁଥିବା ଏକ ଫଟୋ ଏବେ ଚର୍ଚ୍ଚାରେ। ଏହି ଫଟୋରେ ଦଇତା ନିଯୋଗର ବରିଷ୍ଠ ଦଇତାପତି ସେବକ ପ୍ରେମାନନ୍ଦ ଦାସ ମହାପାତ୍ର ମା’ଙ୍କ ରଥରେ ମହାପ୍ରଭୁ ସୁଦର୍ଶନଙ୍କୁ ଆଉଜି ହୋଇ ବିଶ୍ରାମ ନେଉଥିବା ଦେଖିବାକୁ ମିଳିଛି।
/sambad/media/post_attachments/wp-content/uploads/2019/07/puri-4-1.jpg)
ଫଟୋଟି ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଯେଉଁଭଳି ଢଙ୍ଗରେ ପ୍ରେମାନନ୍ଦ ମହାପ୍ରଭୁ ସୁଦର୍ଶନଙ୍କୁ ଆଉଜି ବସିଛନ୍ତି ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ଅନେକ ମନ୍ତବ୍ୟ ରଖିଛନ୍ତି। ତେବେ ସୋସିଆଲ୍ ମିଡିଆରେ ପୋଷ୍ଟ ହୋଇଥିବା ଏହି ଫଟୋଟି ଚଳିତ ବର୍ଷ ରଥଯାତ୍ରା ଦିନର କି ପୁରୁଣା ଫଟୋ ତାହା ଏ ଯାଏ ସ୍ପଷ୍ଟ ହୋଇ ପାରିନାହିଁ। ସେ ଯାହା ବି ହେଉ, ମହାପ୍ରଭୁଙ୍କୁ ଆଉଜି ହୋଇ ଦଇତା ସେବକ ବସିବା ଘଟଣାକୁ ଜଗନ୍ନାଥ ପ୍ରେମୀ ଓ ଭକ୍ତ ସହଜରେ ଗ୍ରହଣ କରିପାରିନାହାନ୍ତି। ସୋସିଆଲ ମିଡିଆରେ ଏହାର ପ୍ରତିଫଳନ ବି ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/Photo-Viral-of-Daita_Thumbnail.jpg)