କରୋନା ଆକ୍ରାନ୍ତଙ୍କ ତାଲିକା ଭାଇରାଲ ନେଇ ଥାନାରେ ମାମଲା, ପୁଲିସର ତଦନ୍ତ ଜାରି

ଅନୁଗୁଳ: ଗତକାଲି ପ୍ରଥମ ଥର ପାଇଁ ଅନୁଗୁଳ ଜିଲ୍ଲାର ୧୩ ଜଣ ବ୍ୟକ୍ତି କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ମଧ୍ୟାହ୍ନରେ ୧୩ ଜଣ ବ୍ୟକ୍ତିଙ୍କ ନାମ ରହିଥିବା ଏକ ତାଲିକା ଭାଇରାଲ ହେବାରେ ଲାଗିଥିଲା। କରୋନା ଆକ୍ରାନ୍ତ(କୋଭିଡ-୧୯ ରୋଗୀ)ଙ୍କ ତାଲିକା ବୋଲି ଉଲ୍ଳେଖ କରାଯାଇ ଏଥି‌ରେ ୧୩ ଜଣ ବ୍ୟକ୍ତିଙ୍କ ନାମ ଓ ସେମାନଙ୍କ ଠିକଣା ଆଦି ଉଲ୍ଲେଖ ରହିଥିଲା। ଏହି ତାଲିକା ଭାଇରାଲ ହେବାରେ ଲାଗିଥିଲା।

ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥୀ ଅନୁଗୁଳ ଥାନାରେ ଏ ସଂକ୍ରାନ୍ତରେ ଏକ ଏତଲା ଦେଇଥିଲେ। ଉପଜିଲ୍ଲାପାଳ ଶ୍ରୀ ଶତପଥୀଙ୍କ ଏତଲାକ୍ରମେ ଏକ ମାମଲା ରୁଜୁ କରାଯାଇଥିବା ଅନୁଗୁଳ ଥାନା ଅଧିକାରୀ ରମେଶ ବି‌ଶୋଇ ସୂଚନା ଦେଇଛନ୍ତି। ଅପରପକ୍ଷରେ ତାଲିକା ଭାଇରାଲର ଚେର ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଲମ୍ବି ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ଏନେଇ ପୁଲିସ ତଦନ୍ତ ଜାରି ରଖିଛି। କିଏ ଏଭଳି ତାଲିକା ଭାଇରାଲ୍ କରିଲା, ତାକୁ ନେଇ ଖୋଳତାଡ଼ କରୁଛି ଅନୁଗୁଳ ପୁଲିସ।

ସମ୍ବନ୍ଧିତ ଖବର