ଦୁଇ ଭଉଣୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍‌

କରିଲୋପାଟଣା : କେନ୍ଦ୍ରାପଡ଼ା ଜିଲ୍ଲା କରିଲୋପାଟଣା ଅଞ୍ଚଳରେ ଦୁଇ ଭଉଣୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଛି। ଦୁଇ ଭଉଣୀ ସ୍ଥାନୀୟ ଏକ କଲେଜରେ ପଢୁଥିବା ଜଣାପଡ଼ିଛି। ଏ ନେଇ ପୀଡ଼ିତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି।

ଖବର ନେବାରେ ଜଣା ପଡ଼ିଛି, କିଛି ଦିନ ହେବ ସ୍ଥାନୀୟ ଅଞ୍ଚଳରେ ଯୁକ୍ତ ୨ ପଢୁଥିବା ଛାତ୍ରୀଙ୍କ ଅଶ୍ଳୀଳ ଭିଡ଼ିଓ ମୋବାଇଲରୁ ମୋବାଇଲ୍‌ରୁ ଘୂରି ବୁୁଲୁଥିବା ଜଣାପଡ଼ିଛି। ଏହା ଜାଣିବା ପରେ ପୁଲିସ ଭିଡିଓରେ ଥିବା ଯୁବକଙ୍କ ଘରେ ଚଢାଉ କରିଛି। ତେବେ ଯୁବକ ଜଣଙ୍କ ଫେରାର ଥିବା ଜଣାପଡ଼ିଛି। ସେ ମଧ୍ୟ କଲେଜ ଛାତ୍ର ବୋଲି ଜଣାପଡ଼ିଛି। ପୁଲିସ ଚଢାଉ ପରେ ପୀଡ଼ିତାଙ୍କ ବାପା ପାଟକୁରା ଥାନାରେ ଏତଲା ଦେଇଛନ୍ତି। ଅନ୍ୟପକ୍ଷରେ ସଂପୃକ୍ତ ଛାତ୍ରୀଙ୍କ ବଡ଼ ଭଉଣୀଙ୍କ ଏକ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିବା ଚର୍ଚ୍ଚା ହୋଇଛି। ସେ ଯୁକ୍ତ ୩ରେ ପଢୁଥିବା ବେଳେ ଭିଡିଓରେ ଥିବା ଯୁବକ ଜଣଙ୍କ ଜଣେ କଲେଜ ଛାତ୍ର ବୋଲି ଜଣାପଡ଼ିଛି। ତେବେ ବଡ଼ ଭଉଣୀଙ୍କ ଭିଡିଓ ସମ୍ପର୍କରେ ଥାନାରେ ଏତଲା ହୋଇ ନ ଥିବା ଜଣାପଡ଼ିଛି। ଏହି ଦୁଇଟି ଅଶ୍ଳୀଳ ଭିଡ଼ିଓ ଭିନ୍ନ ଭିନ୍ନ ଜାଗାରେ ସୁଟିଂ କରାଯାଇଥିବା ଜଣାପଡ଼ିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

ସମ୍ବନ୍ଧିତ ଖବର