ବରଗଡ଼ : ପାଟଣାଗଡ଼ରେ ବିଧାୟକ ସରୋଜ ମେହେର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ କାନଧରି ଉଠ୍ବସ୍ କରାଇ ବିବାଦରେ ଛନ୍ଦି ହୋଇଛନ୍ତି। ବିଧାୟକ ଶ୍ରୀ ମେହେରଙ୍କୁ ଗିରଫ ଦାବି ତୀବ୍ର ହେଉଛି। ରାଜ୍ୟରେ ଏହି ଘଟଣା ଚର୍ଚ୍ଚାର ଶୀର୍ଷରେ ଥିବାବେଳେ ବରଗଡ଼ ଜିଲ୍ଲାରେ ଏଭଳି ଏକ ଉଠ୍ବସ୍ ଭିଡିଓ ଭାଇରାଲ ହୋଇଛି। ଖୋଳତାଡ଼ କରିବା ପରେ ଏହି ଦୃଶ୍ୟ ଘେଁସ୍ ଅଂଚଳର ବୋଲି ଜଣାପଡ଼ିଛି। ଗୋଟିଏ ଦଳର ୨ଜଣ କର୍ମୀ ଅନ୍ୟ ଦଳର ଜଣେ କର୍ମୀଙ୍କୁ ଗାଳିଗୁଲଜ କରୁଛନ୍ତି। ଚାପୁଡ଼ା ମାରୁଛନ୍ତି। ପରେ କାନଧରି ଉଠ୍ବସ୍ ହେବାକୁ ନିର୍ଦ୍ଦେଶ ଦେଉଛନ୍ତି। ଏକୁଟିଆ ଥିବା କର୍ମୀ ଜଣକ କାନଧରି ଉଠ୍ବସ୍ ହୋଇଥିଲେ। ଏହି ଭିଡିଓ ଭାଇରାଲ୍ ହେବା ପରେ ଜିଲ୍ଲାରେ ରାଜନୈତିକ ତିକ୍ତତା ବଢ଼ିଛି। ମାମଲା ପୁଲିସ୍ ପାଖକୁ ପହଞ୍ଚିଛି। ହେଲେ ଉଠ୍ବସ୍ ହୋଇଥିବା କର୍ମୀଜଣକ ଘଟଣାକୁ ଆଉ ଆଗକୁ ନବଢ଼ାଇବା ପାଇଁ ଏତଲା ଦେଇନଥିବା ଜଣାପଡ଼ିଛି। ତେବେ ଏହି ଭିଡିଓ କେତେ ଦିନ ତଳେ ଉତ୍ତୋଳନ ହୋଇଥିଲା, ତାହା ସ୍ପଷ୍ଟ ହୋଇନାହିଁ।
ଆଉ ଏକ ଉଠ୍ବସ୍ ଭିଡିଓ ଭାଇରାଲ୍
/sambad/media/post_attachments/wp-content/uploads/2019/06/Ponishment-Video-Viral_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)