ମହିଳା ଡାକ୍ତରଙ୍କ ସାହସିକତା : ସୋସିଆଲ୍‌ ମିଡିଆରେ ଅଶ୍ଳୀଳ ଇଙ୍ଗିତ କରିଥିବା ପୁରୁଷ ଡାକ୍ତରଙ୍କ ମୁଖା ଖୋଲିଲେ

ଚନ୍ଦ୍ରଶେଖରପୁର : ରାଜଧାନୀର ଏକ ପ୍ରତିଷ୍ଠିତ ଘରୋଇ ହସ୍ପିଟାଲ୍‌ର ଜଣେ ପୁରୁଷ ଡାକ୍ତର କଟକର ଏକ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ସୋସିଆଲ୍‌ ମିଡିଆରେ ଅଶ୍ଳୀଳ ଇଂଗିତ ଦେଇ ହରଡ଼ଘଣାରେ ପଡ଼ିଛନ୍ତି। ଅଭିଯୋଗାକାରୀ ମହିଳା ଡାକ୍ତରଙ୍କ ବାରମ୍ବାର ମନା କରିବା ସତ୍ତ୍ୱେ ଉକ୍ତ ପୁରୁଷ ଡାକ୍ତର ଜଣଙ୍କ ବିଭିନ୍ନ ଅଶ୍ଳୀଳ ମେସେଜ୍‌ ପଠାଉଥିଲେ। ରାତିକେ ୩୦ହଜାର ଟଙ୍କା ପର୍ଯ୍ୟନ୍ତ ମଧ୍ୟ ଯାଚିବା ଭଳି କଥା କହିବାକୁ ପଛେଇ ନଥିଲେ। ମାତ୍ର ଏହି କ୍ଷେତ୍ରରେ ମହିଳା ଡାକ୍ତର ଜଣଙ୍କ ଦେଖାଇଥିବା ସାହସିକତା ପ୍ରଶଂସନୀୟ। ତାଙ୍କୁ ସେହି ପୁରୁଷ ଡାକ୍ତର ଜଣଙ୍କ ପଠାଇଥିବା ସମସ୍ତ ଅଶ୍ଳୀଳ ଚାଟ୍‌କୁ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଦେଇଥିଲେ। ଏହାସହିତ ପର୍ଦ୍ଦାଫାସ୍‌ ହୋଇଥିଲା ଡାକ୍ତରୀ ପେସା ଭଳି ଏକ ପବିତ୍ର କାର୍ଯ୍ୟରେ ଥାଇ ମଧ୍ୟ କୁତ୍ସିତ କାର୍ଯ୍ୟ କରିଥିବା ସେହି ଡାକ୍ତରଙ୍କ ଅସଲ ଚେହେରା। ରାଜଧାନୀରେ ବର୍ତ୍ତମାନ ଏହି ବିଷୟ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର