କୁଜଙ୍ଗ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା କାଳିଆପାଟ ଅଞ୍ଚଳର ଜଣେ ଯୁବତୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ ହୋଇଛି। ଏ ନେଇ ସମ୍ପୃକ୍ତ ଯୁବତୀ ଆଜି କୁଜଙ୍ଗ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ ଚଳାଇଛି। ଅଭିଯୋଗରୁ ଜଣାପଡ଼ିଛି, ଯୁବତୀ ଜଣଙ୍କ ସ୍ଥାନୀୟ ଅଞ୍ଚଳର ଏକ ମହାବିଦ୍ୟାଳୟରୁ ଯୁକ୍ତ ଦୁଇ ପାଶ୍ କରିବା ପରେ ଘରେ ରହୁଥିଲେ । କୁଜଙ୍ଗ ଥାନା ବଳରାମପୁର ଗ୍ରାମର ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉଭୟ କାଳିଆପାଟ ଅଞ୍ଚଳରେ ଏକାଠି ରହିଥିଲେ। ଯୁବକ ଜଣଙ୍କ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଚିତ୍ରକୁ ଗୋପନରେ ମୋବାଇଲରେ ରେକର୍ଡ଼ିଂ କରି ନେଇଥିଲେ । ତେବେ ସେମାନଙ୍କ ମଧ୍ୟରେ ସମ୍ପର୍କରେ ତିକ୍ତତା ଆସିବା ପରେ ଯୁବକ ଜଣଙ୍କ ଯୁବତୀଙ୍କୁ ବ୍ଲାକମେଲିଂ କରିବା ଆରମ୍ଭ କରି ଦେଇଥିଲେ। ଗତକାଲି ଏବଂ ଆଜି ଉକ୍ତ ଭିଡିଓକୁ ବିଭିନ୍ନ ଯୁବକ ଜଣଙ୍କ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିବା ନେଇ ଯୁବତୀ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି।
ଯୁବତୀଙ୍କ ଅଶ୍ଳୀଳ ଭିଡିଓ
/sambad/media/post_attachments/wp-content/uploads/2018/07/viral.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)