ପୁଣି ଘୂରିଲା ଅଶ୍ଳୀଳ ଭିଡିଓ : ଛାତ୍ରୀଙ୍କ ପରେ ଏବେ ମହିଳା

ଅନୁଗୁଳ : ପୁଣି ଥରେ ମହିଳାଙ୍କ ଭିଡିଓ ଭାଇରାଲ। ଦୁଇଦିନ ତଳେ ଅନୁଗୁଳରେ ପଢ଼ୁଥିବା ଜଣେ ଅଣଓଡ଼ିଆ ଛାତ୍ରୀଙ୍କ ଭିଡିଓ ଭାଇରାଲକୁ ନେଇ ସହରରେ ଚର୍ଚ୍ଚା ହୋଇଥିବା ବେଳେ ଏହି ମହିଳାଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ମହିଳାଙ୍କ ସହ ଜଣେ ପୁରୁଷଙ୍କ ଶାରୀରିକ ସମ୍ପର୍କର ଦୃଶ୍ୟ ରହିଛି। ଏଥିରେ ମହିଳାଙ୍କ ସମର୍ଥନ ରହିଥିବା ଭିଡିଓରୁ ଅନୁମାନ କରାଯାଉଛି। ମହିଳାଙ୍କ ବିବାହ ପରେ ପ୍ରତିଶୋଧପରାୟଣ ହୋଇ ଯୁବକଜଣକ ପୂର୍ବର ଅଶ୍ଳୀଳ ଭିଡିଓକୁ ଭାଇରାଲ୍‌ କରିଥିବା ଅନୁମାନ କରାଯାୁଛି। ଏହି ଭିଡିଓରେ ଥିବା ମହିଳାଜଣକ ଅନୁଗୁଳ ଜିଲ୍ଲାର ବୋଲି କୁହାଯାଉଛି। ଫଟୋ ଓ ଭିଡିଓରେ ଥିବା ମହିଳା ଜଣେ ହୋଇଥିବାରୁ ତାଙ୍କୁ ଦେଖିବା ପାଇଁ ଯୁବକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଇଛି।

ତେବେ ହ୍ଵାଟସ ଅପ୍‌ରେ ଭାଇରାଲ ହେବା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ବିତିଥିଲେ ମଧ୍ୟ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ କିମ୍ବା ପୁଲିସ୍‌ ମଧ୍ୟ ନିଜ ଆଡୁ ତଦନ୍ତ ଆରମ୍ଭ କରିନାହିଁ। ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ ହେଉଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଏହାକୁ ରୋକା ଯାଇପାରୁନାହିଁ। ପୂର୍ବରୁ ଏଭଳି ଭାଇରାଲ ହେବା ପରେ ପୀଡ଼ିତା ଆତ୍ମହତ୍ୟା କରିବା ଭଳି ଘଟଣା ଘଟିବାରୁ ପୁଲିସ୍‌ ମୁଖ୍ୟାଳୟରୁ କଡ଼ା ତାଗିଦା ହୋଇଥିଲା। ଭାଇରାଲ କରୁଥିବା ବ୍ୟକ୍ତିକୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସମସ୍ତ ଏସ୍‌ପିଙ୍କୁ ନିର୍ଦ୍ଦେଶ ହୋଇଥିଲା। ହେଲେ ଏ ସବୁ କେବଳ ନିର୍ଦ୍ଦେଶରେ ଅଟକି ରହିଥିବାରୁ ଭିଡିଓ ଭାଇରାଲ ହେବାରେ ଲାଗିଛି। ଅନୁଗୁଳ ସହରର ବୋଲି କୁହାଯାଉଥିବା ଏହି ଦୁଇଟି ଘଟଣାର ତୁରନ୍ତ ତଦନ୍ତ କରି ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର