୧୦ ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ

କଟକ : ସମସ୍ତ ଜିଲ୍ଲାରେ ହାଇକୋର୍ଟଙ୍କ ଭିଡିଓ କନଫରେନ୍ସିଂ (ଭିସି) କ୍ୟାବିନ ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ପ୍ରାଥମ ପର୍ଯ୍ୟାୟରେ ୧୦ଟି ଜଜ୍‌ସିପରେ ଏହା ଆରମ୍ଭ ହେବାକୁ ଯାଉଛି। ଫେବ୍ରୁଆରି ୩ରେ ବାଲେଶ୍ବର, ବ୍ରହ୍ମପୁର (ଗଞ୍ଜାମ), ଭଦ୍ରକ, ଭବାନୀପାଟଣା (କଳାହାଣ୍ଡି), ଭୁବନେଶ୍ବର (ଖୋର୍ଦ୍ଧା), ବଲାଙ୍ଗୀର, ଜୟପୁର (କୋରାପୁଟ), ପୁରୀ, ରାଉରକେଲା(ସୁନ୍ଦରଗଡ଼), ସମ୍ବଲପୁରରେ ଭର୍ଚୁଆଲ ହାଇକୋର୍ଟ ଉଦଘାଟନ ହେବ ବୋଲି ସୂଚନା ମିଳିଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସୁପ୍ରିମକୋର୍ଟଙ୍କ ଡିସେମ୍ବର ୧୪ର ନିର୍ଦ୍ଦେଶ ପାଳନ କରି ରାଜ୍ୟର ସମସ୍ତ ୩୦ଟି ଜଜ୍‌ସିପରେ ଉତ୍ସର୍ଗୀକୃତ ଭିସି କ୍ୟାବିନ ପ୍ରତିଷ୍ଠା ପାଇଁ ହାଇକୋର୍ଟ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲ। ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଭିସି କ୍ୟାବିନ ପ୍ରତିଷ୍ଠା କରାଯିବ। ଏହି ସବୁ ସ୍ଥାନରେ ଭିସି କ୍ୟାବିନ କିଭଳି ଠିକରେ କାର୍ଯ୍ୟ କରିବ ସେଥି ପାଇଁ କର୍ମଚାରୀଙ୍କୁ ନିୟୋଜନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରି ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଭିସି କ୍ୟାବିନରେ ଇ-ଫାଇଲିଂ, ମେନ୍‌ସନିଂ, ରିମୁଭାଲ ଅଫ୍ ଡିଫେକ୍ଟସ୍, ମାମଲାର ଭର୍ଚୁଆଲ ଶୁଣାଣି, ସାର୍ଟିଫାଏଡ କପି ମଞ୍ଜୁର ଓ ଅନ୍ୟାନ୍ୟ ବ୍ୟବସ୍ଥା ଏସଓପି ଅନୁସାରେ ରହିବ। ଏହି ସବୁ ଭିସି କ୍ୟାବିନ ଭର୍ଚୁଆଲ ହାଇକୋର୍ଟ ଭଳି କାର୍ଯ୍ୟ କରିବ।

ସମ୍ବନ୍ଧିତ ଖବର