କୋରାପୁଟ: ଡିଏମୟୁ ୨୦୨୨ ଏପ୍ରିଲ ୨୦ରୁ ଗଡିବ। କରୋନା ମହାମାରୀ ଯୋଗୁଁ ଦୀର୍ଘଦିନ ହେଲା ବନ୍ଦ ଥିବା କୋରାପୁଟ–ବିଶାଖାପାଟଣା (ଭାୟା–ରାୟଗଡା) ଡିଏମୟୁ ପାସେଞ୍ଜର ଟ୍ରେନ ଚାଲିବ । ଏପ୍ରିଲ ୨୨ ତାରିଖ ଅପରାହ୍ନ ୪ଟା ସମୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୋରାପୁଟ ରେଳଷ୍ଟେସନରେ ପତାକା ଦେଖାଇ ଏହି ଟ୍ରେନ୍‌କୁ ପୁନଃ ଶୁଭାରମ୍ଭ କରିବେ । ଏହି ଟ୍ରେନଟି ପ୍ରତ୍ୟେକ ରେଳଷ୍ଟେସନରେ ରହିବା ସହ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଯାତ୍ରା କରିବ ବୋଲି ଡିଆରଏମ ଅନୁପ ଶତପଥୀ କହିଛନ୍ତି । ଦୀର୍ଘଦିନ ହେଲା ଲୋକ ମାନଙ୍କର ପ୍ରତ୍ୟେକ ଷ୍ଟେସନରେ ଟ୍ରେନ ରହଣୀକୁ ନେଇ ବିଭିନ୍ନ ସମୟରେ ଦାବି ରହିଥିବା ବେଳେ ଏହାକୁ ଆଖି ଆଗରେ ପୂର୍ବତଟ ରେଳବାଇ ଡିଏମୟୁ ଚଳାଇବା ନେଇ ନିଷ୍ପତ୍ତି ନେଇଛି । ସୂଚନାଯୋଗ୍ୟ ଯେ ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କର ମାଲକାନଗିରି ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ସେଠାରୁ ଫେରିବା ପରେ ଡିଏମୟୁ ପାସେଞ୍ଜର ଟ୍ରେନ ଯାତାୟତର ପୁନଃ ଶୁଭାରମ୍ଭ କରିବେ ।