୫ ଦିନ ବାତିଲ ରହିବ ବିଶାଖାପାଟଣା-ନିଜାମୁଦ୍ଦିନ ଏକ୍ସପ୍ରେସ୍‌

ସମ୍ବଲପୁର : ୦୨୮୮୭/୦୨୮୮୮ ନମ୍ବର ବିଶାଖାପାଟଣା-ନିଜାମୁଦ୍ଦିନ-ବିଶାଖାପାଟଣା ଭାୟା ରାୟଗଡ଼ା, ଟିଟିଲାଗଡ଼ ସ୍ବତନ୍ତ୍ର ଟ୍ରେନ୍ ୫ ଦିନ ପାଇଁ ବାତିଲ ରହିବ। ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ ଅନ୍ତର୍ଗତ ଡୋଙ୍ଗରଗଡ଼ ଷ୍ଟେସନ୍‌ରେ ନିରାପତ୍ତାଜନିତ ଆଧୁନିକୀକରଣ କାର୍ଯ୍ୟ (ତୃତୀୟ ଲାଇନ୍‌ କମିସନିଂ) ଯୋଗୁଁ ଏହି ଟ୍ରେନ୍‌ ୫ରୁ ୯ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣାରୁ ଓ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ନିଜାମୁଦ୍ଦିନ୍‌ରୁ ପ୍ରସ୍ଥାନ କରିବ ନାହିଁ ବୋଲି ରେଳବାଇ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର