ଶାଢ଼ି ବନ୍ଧାଇଲେ ତିନି ରଥର ବିଶ୍ବକର୍ମା

ଶାଢ଼ି ବନ୍ଧାଇଲେ ତିନି ରଥର ବିଶ୍ବକର୍ମା

ପୁରୀ : ରଥ ନିର୍ମାଣ ପାଇଁ ଶାଢ଼ି ବନ୍ଧାଇଛନ୍ତି ତିନି ରଥର ବିଶ୍ବକର୍ମା ଓ ଅନ୍ୟ ପ୍ରମୁଖ ସେବକଗଣ। ରଥ ଖଳାରେ ଆଜି ମାଙ୍ଗଳିକ ଯଜ୍ଞ ପର୍ବ ପରେ ରଥ କାଠ ଅନୁକୂଳ ବେଳେ ଏହି ଶାଢ଼ି ବନ୍ଧା ନୀତି ସମ୍ପନ୍ନ ହୋଇଛି।

publive-image
ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ ମହାପାତ୍ର, ତାଳଧ୍ବଜ ରଥର ମୁଖ୍ୟ ମହାରଣା ନରସିଂହ ମହାପାତ୍ର, ଦେବଦଳନ ରଥର ମୁଖ୍ୟ ମହାରଣା କୃଷ୍ଣ ମହାରଣାଙ୍କ ଶାଢ଼ି ବନ୍ଧା ହୋଇଥିଲା। ଏଥିସହ ପ୍ରଥମ ପର୍ଯ୍ୟାୟ ରଥ କାମ ଆରମ୍ଭ କରିବାକୁ ନିୟୋଜିତ ମୋଟ୍‌ ୯ଜଣ ମହାରଣା ସେବକ ଓ ଜଣେ ଅମିନ ସେବକଙ୍କ ସମେତ ରଥ କାର୍ଯ୍ୟ ପାଇଁ ନିୟୋଜିତ ହେବାକୁ ଥିବା ଅନ୍ୟ ସେବାର ପ୍ରମୁଖ କାରିଗରଙ୍କ ଶାଢ଼ି ବନ୍ଧା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe