ଏଚ୍‌ଆଇଭି ଆକ୍ରାନ୍ତ ନାବାଳିକାଙ୍କୁ ଯୌନ ବ୍ୟଭିଚାର ଅଭିଯୋଗ, ଜେଲ୍‌ଗଲେ ଭିଜନ ସଂସ୍ଥା ନିର୍ଦେଶକ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଏଚଆଇଭି ଆକ୍ରାନ୍ତ ସେଲଟର ହୋମ ପ୍ରୟାସରେ ନାବାଳିକାଙ୍କୁ ଯୌନ ବ୍ୟଭିଚାର ଅଭିଯୋଗରେ ଭିଜନ ସଂସ୍ଥାର ନିର୍ଦେଶକ ସରୋଜ ଦାସ ଜେଲ୍‌ ଯାଇଛନ୍ତି। ସୋମବାର ସନ୍ଧ୍ୟାରେ ତାଙ୍କୁ ସ୍ଥାନୀୟ ପୋକ୍ସୋ ଅଦାଲତରେ ହାଜର କରାଯାଇଥିଲା। ଏହି ମାମଲାରେ ବିଚାରପତି ରଶ୍ମିତା ଦଲେଇ ଅଭିଯୁକ୍ତଙ୍କ ଜାମିନ ଆବେଦନ ଓ ପୁଲିସର ରିମାଣ୍ଡ ଆବେଦନ ଖାରଜ କରି ଦେଇଥିଲେ। ଫଳରେ ଅଭିଯୁକ୍ତ ସରୋଜ ଦାସଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ପ୍ରକାଶ ଯେ, ଭବାନୀପାଟଣା ଶମ୍ଭୁନଗର ପଡ଼ା ଠାରେ ଏଚଆଇଭି ଆକ୍ରାନ୍ତଙ୍କ ପାଇଁ ଭିଜନ ସଂସ୍ଥା ପକ୍ଷରୁ ପ୍ରୟାସ ନାମକ ଏକ ସେଲଟର ହୋମ ଖୋଲା ଯାଇଥିଲା। ସେଠାରେ ବଲାଙ୍ଗୀରର ଜଣେ ନାବାଳିକା‌ଙ୍କୁ ଭିଜନ ସଂସ୍ଥାର ନିର୍ଦେଶକ ସରୋଜ ଦାସ ଯୌନ ବ୍ୟଭିଚାର କରିଥିବା ଅଭିଯୋଗ ହୋଇଥିଲା। ଏ ସଂପର୍କରେ ପୀଡ଼ିତାଙ୍କ ମା’ ବଲାଙ୍ଗୀର ସିଡବ୍ଲୁସି ଠାରେ ଲିଖିତ ଅଭିଯୋଗ କରିଥିଲେ। ପରେ ସିଡବ୍ଲୁସି ଅଧ୍ୟକ୍ଷ ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର