ଭୁବନେଶ୍ବର: ଆଜି ଉନ୍ନୟନ କମିସନର ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି.କେ.ପାଣ୍ଡିଆନ ତିନିଟି ଜିଲ୍ଲାର କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିବା ଜଣାଯାଇଛି।

Advertisment

publive-imageଆଜି ପ୍ରଥମେ କୋରାପୁଟ ଜିଲ୍ଲା ଗସ୍ତରେ ଉନ୍ନୟନ କମିଶନର ସୁରେଶଚନ୍ଦ୍ର ମହାପାତ୍ର ଓ ୫-ଟି ସଚିବ ଭିକେ ପାଣ୍ଡିଆନ ଆସିଥିଲେ। ଆଜି ସକାଳ ସାଢ଼େ ୯ଟାରେ ସ୍ୱତନ୍ତ୍ର ବିମାନ ଯୋଗେ ଦୁଇ ସଚିବ ଜୟପୁରରେ ପହଞ୍ଚି ପ୍ରଥମେ କୋଭିଡ୍‌ ହସ୍ପିଟାଲ ଗସ୍ତ କରି ସମୀକ୍ଷା କରିଥିଲେ। ଏପରିକି ବେଡ଼ ବ୍ୟବସ୍ଥା ଠାରୁ ଆରମ୍ଭ କରି ଭେଣ୍ଟିଲେଟର, ଆଇସିୟୁ ଆଦି ସମସ୍ତ କକ୍ଷ ବୁଲି ଦେଖିବା ସହ ଉପସ୍ଥିତ ମେଡିକାଲ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ମାଲକାନଗିରି ଅଭିମୁଖେ ଯାଇଥିଲେ। ଜୟପୁର କୋଭିଡ୍‌ ହସ୍ପିଟାଲରେ ୧୫୦ ଶଯ୍ୟା ଓ ୪ଟି ଆଇସିୟୁ ରହିଛି।

publive-image

ମାଲକାନଗିରି ପହଞ୍ଚି ସେଠାରେ ଥିବା କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରି ଉଭୟେ ସ୍ଥିତିର ସମୀକ୍ଷା କରିଥିଲେ । ତା’ପରେ ଉନ୍ନୟନ କମିସନର ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି.କେ.ପାଣ୍ଡିଆନ ନବରଙ୍ଗପୁର ଜିଲ୍ଲାର କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ। ଏହି ସମୟରେ ଜିଲ୍ଲାପାଳ ଅଜିତ କୁମାର ମିଶ୍ର ଏବଂ ଆରକ୍ଷୀ ଅଧୀକ୍ଷକ ନିତିନ କୁଶଲକର ପ୍ରମୁଖ ଉପସ୍ଥିତ ଥିବାର ସୂଚନା ମିଳିଛି।