ଜଗତସିଂହପୁର/ଝଙ୍କଡ଼/ତାରପୁର/କଟକ : ୫-ଟି ସଚିବ ଭିକେ ପାଣ୍ଡିଆନ୍ଙ୍କ ଦୁଇ ଦିନିଆ ଜଗତସିଂହପୁର ଜିଲ୍ଲା ଗସ୍ତ ଶେଷ ହୋଇଛି। ଦ୍ବିତୀୟ ଦିନରେ ଜଗତସିଂହପୁର ପୌରପାଳିକା, ତିର୍ତ୍ତୋଲ, ରଘୁନାଥପୁର ଓ ବିରିଡ଼ି ବ୍ଲକ୍ ଗସ୍ତ କରି ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ଦେଖିବା ସହ ଏକାଧିକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଶ୍ରୀ ପାଣ୍ଡିଆନ ଜିଲ୍ଲା ମୁଖ୍ୟ ହସପିଟାଲ୍ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ। ପରେ ତିର୍ତ୍ତୋଲ ବ୍ଲକ୍ କନକପୁରସ୍ଥିତ ମା ଶାରଳାଙ୍କ ମନ୍ଦିର ପରିଦର୍ଶନ କରି ମନ୍ଦିର ଉନ୍ନତୀକରଣ ସମ୍ପର୍କରେ ଆଲୋଚନା କରିବା ସହିତ ମନ୍ଦିରକୁ ଏକ ବିକଳ୍ପ ନୂଆ ରାସ୍ତା ନିର୍ମାଣ ସମ୍ପର୍କରେ ବିଚାର କରିବାକୁ ପରାମର୍ଶ ଦେଇଥିଲେ। ସେହିଭଳି ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଗୋରଖନାଥ ମନ୍ଦିର ପରିଦର୍ଶନ କରି ମନ୍ଦିରର ନବକଳେବର ପାଇଁ ବ୍ୟୟ ଅଟକଳ କରି ଜିଲ୍ଲାପାଳଙ୍କ ମାଧ୍ୟମରେ ପଠାଇଲେ ମୁଖ୍ୟମନ୍ତ୍ରୀ ତାହାକୁ ଅନୁମୋଦନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଜଇପୁର ଠାରେ ଥିବା ବୟନ ଗ୍ରାମକୁ ପରିଦର୍ଶନରେ ଯାଇ ହସ୍ତତନ୍ତ କାରିଗରଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ବିରିଡି ବ୍ଲକ୍ ପଞ୍ଚସଖା ଧ୍ୟାନକୁଦ ପୀଠ ପରିଦର୍ଶନ କରି ପାରିପାର୍ଶ୍ବିକ ବିକାଶ ପାଇଁ ସେବାୟତ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ। ଏହାସହ ଧ୍ୟାନକୁଦ ପୀଠରେ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଓ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଶୁଣାଣି କରି ସମାଧାନର ପ୍ରତିଶ୍ରୁତି ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍. ଭିନିଲ କ୍ରିଷ୍ଣା, ଜିଲ୍ଲାପାଳ ପାରୁଲ ପଟାୱରୀ, ଆରକ୍ଷୀ ଅଧୀକ୍ଷକ ରାହୁଲ ପିଆର୍, ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟପଟେ ଶୁକ୍ରବାର ଦିନ ଜଗତସିଂହପୁର ଯିବା ପୂର୍ବରୁ ଶ୍ରୀ ପାଣ୍ଡିଆନ୍ କଟକର ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କାର୍ଯ୍ୟାଳୟ ପରିସରକୁ ଆସି ସେକେଣ୍ଡାରି ବୋର୍ଡ ହାଇସ୍କୁଲର ନୂତନ କୋଠା ସଂପର୍କରେ ଆଲୋଚନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/jspur-dddd.jpg)