ବିଏସ୍ଏ‌ଫ୍‌ ଡ଼ିଜିଙ୍କ ରାମଗିରି ଏବଂ ଦଣ୍ଡାବାଡି ଗସ୍ତ, ଦୁର୍ଗମ ଅଞ୍ଚଳରେ ଯୁବକମାନଙ୍କ ପ୍ରତିଷ୍ଠା ହେବ କ୍ରୀଡ଼ା ପ୍ରତିଷ୍ଠାନ 

କୋରାପୁଟ/ବୈପାରିଗୁଡା: ଓଡ଼ିଶା ଛାମୁଆ ବାହିନୀ ବିଏସଏଫ ଡ଼ିଜି ସତୀଶ ଚନ୍ଦ୍ର ବୁଡାକୋଟି ବୈପାରିଗୁଡା ଗସ୍ତରେ ପହଞ୍ଚି ୧୫୧ ବିଏସଏଫ ବାଟାଲିୟନର ରାମଗିରି,ଦଣ୍ଡାବାଡି ଏବଂ ମନ୍ତ୍ରୀଆମ୍ବ କ୍ୟାମ୍ପ ପରିଦର୍ଶନ କରିଥିଲେ ଡିଆଇଜି ( ଅପରେସନ) ଧୀରେନ୍ଦ୍ର କୁମାର।  ୧୫୧ ବିଏସଏଫ କମାଣ୍ଡଣ୍ଟ ଅଜୟ କୁମାର ଉପସ୍ଥିତ ଥିଲେ। କ୍ୟାମ୍ପ ଗୁଡ଼ିକୁ ପରିଦର୍ଶନ କରିବା ସହ ଅଫିସର ଏବଂ ଯବାନ ମାନଙ୍କ ସହ ଆଲୋଚନା କରିଥିଲେ। ବହୁ ଚର୍ଚ୍ଚିତ ତୁଳସୀ ପାହାଡ଼ର ସଂରକ୍ଷିତ ଜଙ୍ଗଲର ପରିସୀମାକୁ ଲାଗିରହିଥିବା କ୍ୟାମ୍ପ ଗୁଡ଼ିକର ଯବାନ ମାନଙ୍କୁ ନକ୍ସଲ ମାନଙ୍କ ଉପଦ୍ରବକୁ ପ୍ରତିହତ କରିବା ପାଇଁ ସର୍ବଦା ସଜାଗ ରହିଥିବାରୁ ପ୍ରଶଂସା କରିଥିଲେ। କ୍ରମାଗତ କମ୍ବିଂ ଅପରେସନ ସହ ସେମାନଙ୍କ ଗତିବିଧିକୁ ଅନୁଧ୍ୟାନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏଥିସହ ଜନସାଧାରଣଙ୍କ ସହ ସଂପର୍କ ସ୍ଥାପନ କରି ସେମାନଙ୍କର ବିଶ୍ବାସ ଯୋଗ୍ୟ ହେବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ।

ତେବେ ୧୫୧ ବିଏସଏଫ ବାଟାଲିୟନ ତରଫରୁ ନିୟମିତ ବ୍ୟବଧାନ ଜନସଂପର୍କ କାର୍ଯ୍ୟକ୍ରମ ଚାଲୁ ରହିଥିବା ଏବଂ ଲୋକଙ୍କ ମନ ଭିତରୁ ନକ୍ସଲଙ୍କ ପ୍ରତି ରହିଥିବା ଭୟ ଦୂର କରିବା ଦିଗରେ ସେମାନଙ୍କୁ ବୁଝାଇବାରେ ସଫଳ ହେବା ଜାଣି ସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ଦୁର୍ଗମ ଗ୍ରାମାଞ୍ଚଳରେ ଯୁବକ ମାନଙ୍କୁ ନେଇ କ୍ରିଡ଼ା ପ୍ରତିଯୋଗିତା କରାଇ ସେମାନଙ୍କ ମନଭାବକୁ ଦୃଢ଼ କରିବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉଥିବା ସଂପର୍କରେ କମାଣ୍ଡଣ୍ଟ ଅଜୟ କୁମାର ସୂଚନା ପ୍ରଦାନ କରିଥିଲେ। ଆଇଜି ଶ୍ରୀ ବୁଡାକୋଟି ଯବାନଙ୍କ ସହ ଓଡ଼ିଶା ପୋଲିସ ନକ୍ସଲ ଦମନ ଦିଗରେ ସଂପୂର୍ଣ୍ଣ ସହଯୋଗ କରିଥିବାରୁ ପ୍ରଶଂସା କରିବା ସହ ତୁଳସୀ ପାହାଡ଼ର ପରିସୀମାକୁ ଲାଗି ଅଧିକା ଆଉଟ୍ ପୋଷ୍ଟ ସ୍ଥାପନ କରାଯିବା ଉପରେ ଗୁରୁତ୍ବ ଆରୋପ କରିଥିଲେ। ଏଥିସହ ପ୍ରତି ଦୁର୍ଗମ ଅଞ୍ଚଳରେ ଯୁବକମାନଙ୍କୁ ନେଇ ଏକ କ୍ରୀଡ଼ା ଅନୁଷ୍ଠାନ ପ୍ରତିଷ୍ଠା କରାଯିବା ନେଇ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର