ଶ୍ରୀମନ୍ଦିରରେ ଦର୍ଶନ, ଦାନରେ ରେକର୍ଡ଼

ପୁରୀ : କୋଭିଡ୍‌ କଟକଣା କୋହଳ ପରେ ଶ୍ରୀମନ୍ଦିର ଦର୍ଶନ ସ୍ବାଭାବିକ ହେବାରେ ଲାଗିଛି। ପର୍ଯ୍ୟଟକଙ୍କ ସୁଅ ବି ଶ୍ରୀକ୍ଷେତ୍ରକୁ ଛୁଟିବା ଆରମ୍ଭ କରିଛି। ଯାହା ବିଗତ ୪ ଦିନର ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କ ସଂଖ୍ୟା ଓ ଦାନ ପରିମାଣରୁ ସ୍ପଷ୍ଟ କରୁଛି। ୪ ଦିନ ଭିତରେ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କ ସଂଖ୍ୟା ୫୩ ହଜାର ଡେଇଁଥିବାବେଳେ ଦାନ ପରିମାଣ ୧୩ ଲକ୍ଷ ଅତିକ୍ରମ କରିଛି। ଯାହାକି କୋଭିଡ୍‌ କଟକଣା ପରେ ଅଗଷ୍ଟ ୧ରୁ ସର୍ବସାଧାରଣ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲିବା ପରେ ସର୍ବାଧିକ। ଆଜି ସର୍ବାଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଥିବା ବେଳେ ଶ୍ରୀମନ୍ଦିର ହୁଣ୍ଡିରେ ସର୍ବାଧିକ ଦାନ ବି ପଡ଼ିଛି।

ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ଗତ ୩୧ ତାରିଖରେ ୧୨ହଜାର ୮୦୭ ଜଣ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବାବେଳେ ଶ୍ରୀମନ୍ଦିର ହୁଣ୍ଡିରୁ ୧ଲକ୍ଷ ୯୬ହଜାର ୪୨୭ ଟଙ୍କା ଦାନ ସଂଗ୍ରହ ହୋଇଥିଲା। ସେହିଭଳି ଗତ ୧ ତାରିଖରେ ୧୦ହଜାର ୮୮୨ଜଣ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଥିବାବେଳେ ଦାନ ପରିମାଣ ୨ଲକ୍ଷ ୯୩ହଜାର ୧୮୫ ଟଙ୍କା ରହିଥିଲା। ଗତକାଲି ୧୪ହଜାର ୧୧୦ଜଣ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଥିବାବେଳେ ହୁଣ୍ଡିରୁ ୩ଲକ୍ଷ ୭୩ହଜାର ୦୨୬ ଟଙ୍କା ଦାନ ସଂଗ୍ରହ କରାଯାଇଥିଲା। ଆଜି ସର୍ବାଧିକ ୧୬ହଜାର ୧୦୦ଜଣ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଥିବାବେଳେ ହୁଣ୍ଡି ଦାନ ପରିମାଣ ୪ଲକ୍ଷ ୫୨ହଜାର ୭୮୪ ଟଙ୍କା ରହିଛି। ଗତ ୧୨ ତାରିଖରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିଥିବାବେଳେ ଅଗଷ୍ଟ ୧ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର