ଜଗା ଦର୍ଶନ ହେଲା ଶେଷ ଦର୍ଶନ: ଶ୍ରୀମନ୍ଦିରରେ ଟଳିପଡ଼ି ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଗି ସୁଦୂର ଛତିଶଗଡ଼ରୁ ଛୁଟି ଆସିଥିଲେ ଜଣେ ବୃଦ୍ଧ। ସେ ନିଜର ପରିବାର ସହ ପୁରୀ ଆସିଥିଲେ। କିନ୍ତୁ ଜାଣି ନଥିଲେ ଯେ ଏହି ଯାତ୍ରା ହେବ ତାଙ୍କର ଶେଷ ଯାତ୍ରା। ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଏଭଳି ଘଟଣା ଘଟିଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ଛତିଶଗଡ଼ର ୭୨ ବର୍ଷିୟ ୱାଇ.ଜି ମୂର୍ତ୍ତି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ମାଆ ବିମଳାଙ୍କ ଦର୍ଶନ ଲାଗି ଯାଉଥିଲେ। ସେତିକିବେଳେ ୱାଇ.ଜି ମୂର୍ତ୍ତି ହଠାତ୍ ଅଚେତ ହୋଇଯାଇଥିଲେ। ତାଙ୍କୁ ତତକ୍ଷଣାତ୍ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୱାଇ.ଜି ମୂର୍ତ୍ତିଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପୁରୀରେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ, ଛତିଶଗଡ଼ରୁ ଜଗା ଦର୍ଶନ ପାଇଁ ପରିବାର ସହ ଆସିଥିଲେ ଭକ୍ତ ଓ୍ୱାଇ ଜି ମୂର୍ତ୍ତି । ରବିବାର ଦିନ ଶ୍ରୀମନ୍ଦିର ଜଗା ଦର୍ଶନ ପରେ ବିମଳା ମନ୍ଦିର ନିକଟରେ ଦର୍ଶନ କରୁଥିବା ବେଳେ ହଠାତ୍‌ ଟଳିପଡିଥିଲେ ଭକ୍ତ । ତୁରନ୍ତ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ମୃତକଙ୍କ ବୟସ ପ୍ରାୟ ୭୨ ବର୍ଷ ହେବ ବୋଲି ସୂଚନା ରହିଛି ।

ତେବେ ଏତେ ବୟସରେ ଦୂର ବାଟ ନଆସିବା ପାଇଁ ପରିବାର ଲୋକେ ବାରଣ କରୁଥିଲେ। କିନ୍ତୁ ସେ ଜଗାଦର୍ଶନ କରିବା ତାଙ୍କ ଶେଷ ଇଚ୍ଛା ବୋଲି ପରିବାରକୁ କହିଥିଲେ। ଏହାପରେ ପୁରା ପରିବାର ସହ ପୁରୀ ଆସିଥିଲେ ମହାପ୍ରଭୁଙ୍କ ଦର୍ଶନ ଲାଗି। ଆଉ ଏଠି ଚାଲିଗଲା ତାଙ୍କ ପ୍ରାଣବାୟୁ ।

ସେପଟେ ଭକ୍ତଙ୍କ ମୃତ୍ୟୁ ପରେ ଶ୍ରୀମନ୍ଦିରରେ ନୀତିକାନ୍ତି ବନ୍ଦ ନେଇ କୌଣସି ସୂଚନା ମିଳିନାହିଁ। ଯେହେତୁ ସେ ବେଢା ଭିତରେ ଅଚେତ ଅବସ୍ଥାରେ ପଡ଼ିଥିଲେ, ତେଣୁ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ବିଘ୍ନ ସୃଷ୍ଟ ହେବ ନାହିଁ ବୋଲି ସେବାୟତମାନେ କହିଛନ୍ତି।

ସମ୍ବନ୍ଧିତ ଖବର