ସମ୍ବଲପୁର: ଆଧୁନିକ ଯୁଗରେ ବୈଷୟିକ ଜ୍ଞାନକୌଶଳ ଭିନ୍ନ ଏକ ସ୍ତରରେ ପହଞ୍ଚିଛି। କିନ୍ତୁ ଏହି ପ୍ରଯୁକ୍ତି ବିଦ୍ୟା ବଳରେ ଆମେ ବିଶ୍ବକୁ ବଦଳାଇ ଦେବାର ଭ୍ରମରେ ରହିବା ଅନୁଚିତ। ମଣିଷ ପ୍ରକୃତିର ସର୍ବଶ୍ରେଷ୍ଠ ସୃଷ୍ଟି, କିନ୍ତୁ ପ୍ରକୃତିର ଊର୍ଧ୍ବରେ ନୁହେଁ। ଈଶ୍ବର ସର୍ବ ଶକ୍ତିମାନ, ଏହା ଆମକୁ ସବୁବେଳେ ମନେ ରଖିବାକୁ ହେବ ବୋଲି ଓଡ଼ିଶାର ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ କହିଛନ୍ତି। ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍)ର ୧୦ମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଅନୁଷ୍ଠାନର କୁଳାଧିପତି ତଥା ରାଜ୍ୟପାଳ କହିଲେ, ପୃଥିିବୀ ଆରମ୍ଭ ସମୟରୁ ହିମାଳୟ ନଥିଲା। ହେଲେ ପରବର୍ତ୍ତୀ ସମୟରେ ପ୍ରକୃତିର ଶକ୍ତି ବଳରେ ୨୯,୦୩୦ ଫୁଟ୍ ଉଚ୍ଚତା ବିଶିଷ୍ଟ ହିମାଳୟ ଛିଡ଼ା ହେଲା। ତେଣୁ ଈଶ୍ବରଙ୍କ ଶକ୍ତିର ସମ୍ମାନ କରିବା ଦରକାର। ପ୍ରଯୁକ୍ତି ବିଦ୍ୟା ବଳରେ ସବୁ ସମ୍ଭବ ହେଉଥିଲେ ଆମ ରାଜ୍ୟ ଓଡ଼ିଶାର ୯ଟି ଜିଲ୍ଲାରେ ଜଳର ପ୍ରାଚୁର୍ଯ୍ୟ ଥିଲାବେଳେ ୯ଟି ଜିଲ୍ଲା କାହିଁକି ମରୁଡ଼ି ପ୍ରବଣ ବୋଲି ରାଜ୍ୟପାଳ ପ୍ରଶ୍ନ କରିଥିଲେ। ଭିସୁଟ୍ କୁଳପତି ପ୍ର. ଅଟଳ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବର୍ତ୍ତନ ଉତ୍ସବର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ନ୍ୟାସ୍ନାଲ ଆସେସ୍ମେଣ୍ଟ ଆଣ୍ଡ ଆକ୍ରିଡେସନ୍ କାଉନ୍ସିଲ (ନାକ୍)ର ଅଧ୍ୟକ୍ଷ ଅଧ୍ୟକ୍ଷ ଡ. ବୀରେନ୍ଦ୍ର ସିଂହ ଚୌହାନ କହିଲେ, ଇଂରେଜମାନେ ଦେଶ ଛାଡ଼ି ଗଲାବେଳେ ଆମ ପାଖରେ କିଛି ବି ନଥିଲା। କିନ୍ତୁ ଏହି ୭୦ ବର୍ଷ ଭିତରେ ଦେଶ ଅନେକ ଉନ୍ନତି କରିଛି। ଶିକ୍ଷା କ୍ଷେତ୍ରରେ ବି ବୈପ୍ଳବିକ ଉତ୍ଥାନ ହୋଇଛି। ଭାରତ ବିଶ୍ବର ଦ୍ବିତୀୟ ବୃହତ ଶିକ୍ଷା ବ୍ୟବସ୍ଥାର ମାନ୍ୟତା ପାଇଛି। ଭାରତ ଏବେ ବି ଏକ ଯୁବ ରାଷ୍ଟ୍ର। ଏହି ଦେଶ ନିର୍ମାଣ ପାଇଁ ଆହୁରି ଅନେକ ସୁଯୋଗ ରହିଛି। ଏହି ରାଷ୍ଟ୍ର ନିର୍ମାଣରେ ଆପଣମାନଙ୍କ ଭୂମିକା ମହତ୍ବପୂର୍ଣ୍ଣ। ଆପଣମାନଙ୍କ ସମ୍ମୁଖରେ ଅସୀମିତ ସୁଯୋଗ ଓ ସମ୍ଭାବନା ରହିଛି ବୋଲି ସେ ଛାତ୍ରଛାତ୍ରୀଙ୍କୁ ନିଜ ଉଦ୍ବୋଧନରେ କହିଥିଲେ। ଏହି ଅବସରରେ ୧୨୬୪ ଛାତ୍ରଛାତ୍ରୀଙ୍କୁ ବିଟେକ୍, ଏମ୍ଟେକ୍, ଏମ୍ଏସ୍ସି, ଏମ୍ଫିଲ, ଏମ୍ସିଏ ଓ ପିଏଚ୍ଡି ଡିଗ୍ରି ପ୍ରଦାନ କରା ଯାଇଥିଲା। ୩୦ ଜଣ ଛାତ୍ରଛାତ୍ରୀ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ। ବିଭିନ୍ନ ବିଭାଗରେ େଶ୍ରଷ୍ଠ ପ୍ରଦର୍ଶନ କରିଥିବା ୩୦ ଜଣ ଛାତ୍ରଛାତ୍ରୀଙ୍କୁ ଉତ୍କର୍ଷ ପ୍ରମାଣପତ୍ର ପ୍ରଦାନ କରା ଯାଇଥିଲା। କୁଳସଚିବ ମାନସ ରଂଜନ ମଞ୍ଚାସୀନ ଥିଲେ।
ଭିସୁଟ୍ର ୧୦ମ ସମାବର୍ତ୍ତନ ଉତ୍ସବ
ନିରାଶ ଲୋକଙ୍କ ମୁହଁରେ ହସ ଫୁଟାଅ: କୁଳାଧିପତି
/sambad/media/post_attachments/wp-content/uploads/2018/12/Untitled-8-7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)