କଣ୍ଟାପଡା : ଚଳିତ ଶିକ୍ଷାବର୍ଷରେ ମହାମାରୀ କରୋନା ଭୂତାଣୁ ଯୋଗୁଁ ଶିକ୍ଷାଦାନ ମାତ୍ରାଧିକ ଭାବରେ ବାଧାପ୍ରାପ୍ତ ହୋଇଅଛି। ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ନିୟମିତ ଶିକ୍ଷାଦାନ ହୋଇପାରୁନଥିବାରୁ ଛାତ୍ରଛାତ୍ରୀ ଶିକ୍ଷାଲାଭରୁ ବଂଚିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅଡ଼ଶପୁର ସ୍ଥିତ ଉଦୟନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ତରଫରୁ ଭର୍ଚୁଆଲ କ୍ଲାସ୍ ବ୍ୟବସ୍ଥା କରାଯାଇଛି।
ଏହି ଭର୍ଚୁଆଲ କ୍ଲାସ୍ ୟୁଟ୍ୟୁବ୍ରେ ‘ୟୁ.ଏନ କଲେଜ ଡିଜିଟାଲ କ୍ଲାସ୍ ,ଅଡଶପୁର ଚ୍ୟାନେଲ’ରେ ଉପଲବ୍ଧ ହେଉଛି। ଏଥିରେ ବିଭିନ୍ନ ବିଷୟର ଲେକ୍ଚର୍ର ଭିଡିଓ ରଖାଯାଇଛି। ଏହାଦ୍ବାରା ଛାତ୍ରଛାତ୍ରୀମାନେ ସେମାନଙ୍କର ଆବଶ୍ୟକ ବିଷୟର ଭିଡିଓ ଘରେ ବସି ପାଇପାରିବେ। ଏହି ବ୍ୟବସ୍ଥା ଦ୍ବାରା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଶିକ୍ଷାଦାନ ସହଜ ସରଳ ହୋଇପାରିବ ବୋଲି ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ଦୈତ୍ୟାରୀ ସିଂହ ପ୍ରକାଶ କରିଛନ୍ତି। ଓଡିଶାର ପ୍ରଥମ ମହାବିଦ୍ୟାଳୟ ଭାବରେ ଉଦୟନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ଏହି ଡିଜିଟାଲ୍ ଶିକ୍ଷାଦାନ୍ ବ୍ୟବସ୍ଥା ଆରମ୍ଭ କରି ପାରିଥିବାରୁ ଅଧକ୍ଷ ଶ୍ରୀ ସିଂହ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ସାଧୁବାଦ ଜଣାଇଛନ୍ତି। ଏହି ନୂତନ ଶିକ୍ଷାଦାନ ଶୈଳୀକୁ ଅଧିକରୁ ଅଧିକ ଆଦୃତ କରିବାକୁ ପ୍ରୟାସ କରାଯାଉଛି ବୋଲି ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/udayanath-autonomous-college-of-science-and-technology-adaspur-cuttack.jpg)