ଭିସୁଟ୍‌ କର୍ତ୍ତୃପକ୍ଷଙ୍କ ନୋଟିସ୍‌: ୬୧ ଜଣ ଅଧ୍ୟାପକଙ୍କୁ ମିଳିବନି ୩ ଦିନର ଦରମା

ସମ୍ବଲପୁର: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ର ୬୧ ଜଣ ଅଧ୍ୟାପକଙ୍କର ୩ ଦିନର ଦରମା କାଟ କରିବାକୁ ବୁଧବାର ନିର୍ଦ୍ଦେଶ ହୋଇଛି। ‘ନୋ ଓ୍ଵାର୍କ ନୋ ପେ’ ଗ୍ରାଉଣ୍ଡରେ ଦରମା କାଟିବାକୁ ନିର୍ଦ୍ଦେଶ ହୋଇଥିବା ଜଣାପଡ଼ିଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ହୋଇଥିବା ନୋଟିସ୍‌ ଆଧାରରେ ଗତ ଜୁଲାଇ ୨୫ ରୁ ୨୭ ମଧ୍ୟରେ ଆନ୍ଦୋଳନରେ ଯୋଗଦେଇଥିବା ଅଧ୍ୟାପକଙ୍କର ୩ ଦିନର ଦରମା କାଟ୍‌ ହେବ।

ସମ୍ବନ୍ଧିତ ଖବର