ଜୁଲାଇ ୨୨ରୁ ୩୧ ଯାଏଁ ବନ୍ଦ ରହିବ ଭିସୁଟ 

ଜୟପୁର ହସ୍‌ପିଟାଲ ୪୮ ଘଣ୍ଟା ବନ୍ଦ

ସମ୍ବଲପୁର/ଜୟପୁର: ମହାମାରୀ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଆସନ୍ତା ୨୨ ତାରିଖ ଠାରୁ ଜୁଲାଇ ୩୧ ଯାଏଁ ବନ୍ଦ ରଖାଯାଇଛି । ଏ ନେଇ ସମ୍ବଲପୁର ଜିଲ୍ଲାପାଳ ଏକ ବିଜ୍ଞପ୍ତି ପ୍ରକାଶ କରି ଭିସୁଟକୁ ୧୦ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶନାମାରେ ଜିଲ୍ଲାପାଳ କହିଛନ୍ତି, ଅବଧି ନସରିବା ଯାଏଁ ହୋମ କ୍ୱାରେଣ୍ଟାଇନରେ ଥିବା କର୍ମଚାରୀ ବାହାରି ପାରିବେ ନାହିଁ । ମୁଖ୍ୟ ଫାଟକକୁ ଛାଡ଼ି ଭିସୁଟର ସମସ୍ତ ଗେଟକୁ ବନ୍ଦ ନିର୍ଦ୍ଦେଶ ହୋଇଛି ।

ଜୟପୁରସ୍ଥିତ କୋରାପୁଟ ହସ୍‌ପିଟାଲକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୪୮ ଘଣ୍ଟା ବନ୍ଦ ପାଇଁ ନିର୍ଦ୍ଦେଶ ହୋଇଛି । ଏଠାରେ ୨ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଆଗାମୀ ୨ ଦିନ ଯାଏଁ ହସ୍‌ପିଟାଲକୁ ନୂଆ ରୋଗୀ ଆସିପାରିବେ ନାହିଁ । ଆଡମିଶନ ହୋଇଥିବା ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଦେଖି ଡିସଚାର୍ଜ ନିର୍ଦ୍ଦେଶ ହୋଇଛି ।

ସମ୍ବନ୍ଧିତ ଖବର

Comments are closed.