ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ପାଇଁ ଡେପୁଟି ମେୟର୍ ଭାବେ ନିର୍ବାଚିତ ହୋଇଛନ୍ତି ବିଜେଡିର କର୍ପୋରେଟର୍ ଇ.ବିବେକ ରେଡ୍ଡୀ।
ବିବେକ ସର୍ବାଧିକ ଭୋଟ୍ ପାଇ କର୍ପୋରେଟର୍ ଭାବେ ନିର୍ବାଚିତ ହୋଇଥିଲେ। ଏଥିସହିତ, ନିଜ ୪୨ ନମ୍ବର ୱାର୍ଡ଼ରେ ଦଳୀୟ ମେୟର ପ୍ରାର୍ଥୀଙ୍କ ପାଇଁ ସର୍ବ।ଧିକ ଭୋଟ ସଂଗ୍ରହ କରିପାରିଥିଲେ। ଫଳରେ, ତାଙ୍କ ଉପରେ ଆସ୍ଥା ପ୍ରକଟ କରି ବଡ଼ ପୁରସ୍କାର ଦେଇଛି ବିଜେଡି। ଆଜି ନବୀନ ନିବାସରୁ ଆସିଥିବା ବନ୍ଦ ଲଫାପାରୁ ଡେପୁଟି ମେୟର ପଦ ପାଇଁ ତାଙ୍କ ନାଁ ଥିବା ଚିଠି ବାହାରିଥିଲା। ଡେପୁଟି ମେୟର ପଦ ପାଇଁ ଆଜି ଅନୁଷ୍ଠିତ ନିର୍ବ।ଚନରେ ସେ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ କରିଥିଲେ।
ବିଜେପି ପକ୍ଷରୁ ୨୧ ନମ୍ବର ୱାର୍ଡ଼ କର୍ପୋରେଟର୍ ଡି.କରୁଣାକର ନାମାଙ୍କନ କରିଥିଲେ। ପୂର୍ବରୁ ଅନୁଷ୍ଠିତ ନିର୍ବାଚନରେ ୪୨ଟି ୱାର୍ଡ଼ ମଧ୍ୟରୁ ବିଜେଡି ୩୦ ଆସନ ପାଇଥିବା ବେଳେ ୭ଟି ବିଜେପି, ୪ଟି ସ୍ବାଧୀନ ଓ ଗୋଟିଏ ଆସନ କଂଗ୍ରେସ ହାତକୁ ଯାଇଥିଲା। ତେବେ ଆଜି ଅନୁଷ୍ଠିତ ଡେପୁଟି ମେୟର ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିବେକ ନିଜ ଦଳର ୩୦ କର୍ପୋରେଟର୍ଙ୍କ ସମେତ ୩ ଜଣ ସ୍ବାଧୀନ ଓ ଜଣେ ମାତ୍ର କଂଗ୍ରେସ କର୍ପୋରେଟର୍ଙ୍କ ସମର୍ଥନରେ ସର୍ବମୋଟ ୩୪ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ଅପରପକ୍ଷେ ବିଜେପି ପ୍ରାର୍ଥୀ ଡି.କରୁଣାକରଙ୍କ ସପକ୍ଷରେ ଦଳ ବିଜୟୀ ହୋଇଥିବା ୭ରୁ ୭ଟି ଯାକ ୱାର୍ଡ଼ କର୍ପୋରେଟର୍ଙ୍କ ଭୋଟ ଯାଇଥିଲା। ଅନ୍ୟ ଜଣେ ସ୍ବାଧୀନ କର୍ପୋରେଟର୍ ସଂଧ୍ୟାରାଣୀ ଶୁକ୍ଳା ଖୋଲା ଭୋଟକୁ ବିରୋଧ କରି ମତଦାନରୁ ବିରତ ରହିଥିଲେ। ଶେଷରେ, ବିବେକ ଡେପୁଟି ମେୟର ଭାବେ ବିଜୟୀ ହୋଇଥିବା ନେଇ ନିର୍ବାଚନ ଅଧିକାରୀ ତଥା ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଘୋଷଣା କରିଥିଲେ।