ଖରିଆଳ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀଙ୍କ ଘରେ ଭିଜିଲାନ୍‌ସ୍‌ ଚଢ଼ାଉ

ନୂଆପଡ଼ା: ଶନିବାର ରାତିରେ ଖରିଆଳ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀଙ୍କ ଘରେ ଭିଜିଲାନ୍‌ସ୍‌ ଚଢ଼ାଉ କରିଛି।

କେନ୍ଦୁ ଲିଫ୍‌ ଫରେଷ୍ଟର୍‌ ପର୍ଶୁରାମ ପଟେଲ ତାଙ୍କୁ ୨ ଲକ୍ଷ ୨୦ ହଜାର ଟଙ୍କା ଦେଇ ଫେରିବା ପରେ କଳାହାଣ୍ଡି ଓ ରାୟଗଡ଼ା ଭିଜିଲାନ୍‌ସ୍‌ ତରଫରୁ ବନଖଣ୍ଡ ଅଧିକାରୀ ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ଘରେ ମିଳିତ ଚଢ଼ାଉ କରାଯାଇଥିଲା। ତାଙ୍କ ଘରୁ ୨ ଲକ୍ଷ ୨୦ ହଜାର ଟଙ୍କା ଏବଂ ସରକାରୀ କ୍ୱାର୍ଟର୍ସରୁ ୧୦ ଲକ୍ଷ ଟଙ୍କା ଜବତ କରାଯାଇଛି ବୋଲି ଜୟପୁରର ଭିଜିଲାନ୍‌ସ୍‌ ଏସ୍‌ପି ଏବଂ ଭବାନୀପାଟଣାର ଡିଏସ୍‌ପି ସତ୍ୟବାନ ମହାନନ୍ଦ କହିଛନ୍ତି।

ସରକାରୀ ଗୃହ ନିର୍ମାଣ ପାଇଁ ୮ ଲକ୍ଷ ୧୦ ହଜାର ଟଙ୍କା ଏବଂ ଫରି ଘର ନିର୍ମାଣ ପାଇଁ ୫ ଲକ୍ଷ ୮୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ସେଥିରୁ ବନଖଣ୍ଡ ଅଧିକାରୀ ଲକ୍ଷ୍ମୀକାନ୍ତ ପି. ସି. ବାବଦରେ ୨ ଲକ୍ଷ ୨୦ ହଜାର ଟଙ୍କା ମାଗିଥିଲେ ବୋଲି ପର୍ଶୁରାମ ଯାଇ ଭିଜିଲାନ୍‌ସରେ ଫେରାଦ ହୋଇଥିଲେ। ତ’ପରେ ଭିଜିଲାନ୍‌ସ୍‌ର ଯୋଜନା ମୁତାବକ ପର୍ଶୁରାମ କାର୍ଯ୍ୟ କରିଥିଲେ ଏବଂ ଡିଏଫ୍‌ଓ ମିଶ୍ର ଧରା ପଡ଼ିଥିଲେ।

ଆଜି ପୂର୍ବାହ୍ନରେ ତାଙ୍କୁ ଟେରିଟୋରିଆଲ୍‌ ଭିଜିଲାନ୍‌ସ୍‌ କୋର୍ଟକୁ ପଠାଇ ଦିଆ ଯାଇଛି।

ସମ୍ବନ୍ଧିତ ଖବର