ଯାଜପୁର/ଧର୍ମଶାଳା : ଧର୍ମଶାଳା ବ୍ଲକ୍‌ର ହରିଦାସପୁର ପଞ୍ଚାୟତ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ଗେଷ୍ଟ୍ ହାଉସରେ ଆଜି ଅପରାହଣରେ ଭିଏଲଡ଼ବ୍ଲୁ ସ୍ମିତାରାଣୀ ବିଶ୍ବାଳଙ୍କର ସନ୍ଦେହଜନକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଭିଏଲଡ଼ବ୍ଲୁ ସ୍ମିତାରାଣୀଙ୍କ ଶବକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଧର୍ମଶାଳା ମେଡ଼ିକାଲରୁ ସ୍ଥାନୀୟ ଥାନା ପୁଲିସ ଜବତ କରିଛି। ଘଟଣାସ୍ଥଳରେ ଯାଜପୁର ଏସଡ଼ିପିଓ କେଦାରନାଥ ସାହୁ ପହଞ୍ଚିବା ସହିତ ଧର୍ମଶାଳା ଥାନାଧିକାରୀ ସରୋଜ ସାହୁ ଓ ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ଅନୁସନ୍ଧାନ ଜାରି ରଖିଛନ୍ତି। ଘଟଣାକୁ ଚପାଇବା ପାଇଁ ଅର୍ଥବଳୀ ଓ ବାହୁବଳୀ ପ୍ରଭାବଶାଳୀ ‌େଗାଷ୍ଠୀ ଲାଗିପଡ଼ିଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ମେଡିକାଲରେ ବହୁ ଲୋକଙ୍କର ସମାଗମ ଲାଗି ରହିଥିବା ବେଳେ ଧର୍ମଶାଳା ବିଡିଓ ହେମନ୍ତକୁମାର ସାହୁ ଏବଂ ବ୍ଲକ ଅଧ୍ୟକ୍ଷ ପ୍ରଭାତକୁମାର ବଳବନ୍ତରାୟଙ୍କ ସମେତ ବହୁ ସରପଞ୍ଚ ଏବଂ ସମିତି ସଭ୍ୟ ମେଡ଼ିକାଲର ପହଞ୍ଚି ଥିଲେ।

Advertisment

ଆଜି ପଞ୍ଚାୟତରେ ଭତ୍ତା ବଣ୍ଟନ ପାଇଁ ଭିଏଲଡ଼ବ୍ଲୁ ସ୍ମିତାରାଣୀ ବିଶ୍ବାଳ ସେ ଦାୟିତ୍ବରେ ଥିବା ହରିଦାସପୁର ପଞ୍ଚାୟତର ଭଡଙ୍ଗା(ଚାରିବାଟିଆ)କୁ ଯାଇଥିଲେ। ସେଠାରୁ ମଧ୍ୟାହ୍ନରେ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ବାମୀ ରୂପେଶ ଭଦ୍ର ଓ ତାଙ୍କ ସାଙ୍ଗମାନେ ଥିବା ଗାଡ଼ି‌େର ତାଙ୍କ(ଶ୍ରୀ ଭଦ୍ର) ଗେଷ୍ଟହାଉସ(ବାଲିଗରି)କୁ ଭିଏଲଡ଼ବ୍ଲୁ ସ୍ମିତାରାଣୀ ଯାଇଥିଲେ। ଶ୍ରୀ ଭଦ୍ର ଓ ସାଙ୍ଗସାଥୀଙ୍କ ପାଇଁ ସେଠାରେ ଭୋଜିଭାତ ହୋଇଥିଲା। ମାତ୍ର ଭିଏଲଡ଼ବ୍ଲୁ ସ୍ମିତାରାଣୀ ଧୁଆଧୋଇ ହେବା ପାଇଁ ଗେଷ୍ଟହାଉସ ଉପର ମହଲାକୁ ଯାଇଥିଲେ। ସେଠାରେ ସେ ତାଙ୍କ ଓଢ଼ଣି ଫ୍ୟାନରେ ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ସରପଞ୍ଚଙ୍କ ସ୍ବାମୀ ଶ୍ରୀ ଭଦ୍ର ସଫେଇ ଦେଇଛନ୍ତି। ଯାହାକୁ ନେଇ ସଂଦେହ ଦେଖାଦେଇଛି। ତେବେ ସେ କାହିଁକି ଓ କେଉଁ ପରିସ୍ଥିତିରେ ସେଠାରେ ଆତ୍ମହତ୍ୟା କଲେ ତାହା ସନ୍ଦେହଘେରକୁ ଆସିଛି।

ସ୍ମିତାରାଣୀଙ୍କ ପରିବାର ବ୍ଲକ୍ ପରିସର ସରକାରୀ କ୍ବାର୍ଟରରେ ରହୁଛନ୍ତି। ଆଜି ମଧ୍ୟାହ୍ନରେ ସ୍ମିତାରାଣୀ ତାଙ୍କ ବାପା ସଦାନନ୍ଦ ବିଶ୍ବାଳଙ୍କୁ ଫୋନରେ କଥା ହୋଇଥିଲେ। ସେ ବାହାରୁ ଖାଇ ଆସିବେ, ତାଙ୍କ ଶିଶୁପୁଅକୁ ଖାଇବାକୁ ଦେଇଦେବାକୁ ସ୍ମିତାରାଣୀ ତାଙ୍କ ବାପାଙ୍କୁ କହିଥିଲେ। ‌େତବେ ଏହି କଥା ହେବାର କିଛି ସମୟ ଭିତରେ କିଭଳି ପରିସ୍ଥିତି ସୃଷ୍ଟି ହେଲା ଯେ ସେ ଆତ୍ମହତ୍ୟା କଲେ ବୋଲି କୁହାଯାଉଛି? ଏହା ଏକ ସୁକଳ୍ପିତ ହତ୍ୟାକାଣ୍ଡ ଅବା ଏପରି କିଛି ପରିସ୍ଥିିତି ଗେଷ୍ଟହାଉସ ଅବା ଗାଡ଼ି ଭିତରେ ସୃଷ୍ଟି ହୋଇଛି, ଯାହା ଫଳରେ ସ୍ମିତାରାଣୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ସନ୍ଦେହ ସୃଷ୍ଟି ହୋଇଛି। ଏହି ଘଟଣାରେ କୋଟିପତିମାନଙ୍କ ସଂପୃକ୍ତି ନେଇ ମଧ୍ୟ ସନ୍ଦେହ ଘନେଇବାରେ ଲାଗିଛି। କେବଳ ସେତିକି ନୁେହଁ, ସ୍ମିତାଙ୍କ ସହିତ ଦୁଷ୍କର୍ମ େହାଇଥିବା େନଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। ଏଣୁ ଶବ ବ୍ୟବଚ୍ଛେଦ ରିେପାର୍ଟ ଉପରେ ହିଁ ଏବେ ସମସ୍ତଙ୍କ ନଜର ନିବଦ୍ଧ ରହିଛି। ଏସପି ବ୍ୟକ୍ତିଗତ ଏହାର ଛାନଭିନ୍ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।