ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ସମ୍ବାଦ ଆମ ଓଡ଼ିଶା ଓ ଝରିଗାଁ ସିଏଚସି ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୭୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିରକୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ଅରବିନ୍ଦ ପଣ୍ଡା ଏବଂ ନବରଙ୍ଗପୁର ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ସଞ୍ଜୟ କବରା,ପିଏଚଇଓ ଗୋପାଳ କୃଷ୍ଣ ପାଢ଼ୀ ସହ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ଶିବିରକୁ ଉଦ୍ଘାଟନ କରିଥିଲେ।
ପ୍ରଥମେ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡାକ୍ତର ଅରବିନ୍ଦ ପଣ୍ଡା ଏବଂ ଯୁବ ଆଇନ ଜୀବୀ ଅରୁଣ କୁମାର ସିଂ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଅନ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ।ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଡାକ୍ତର ଚନ୍ଦନ ସାହୁ,ଭିଭୁ ଭୂଷଣ ଦାସ,ଶୌର ଭିତ ନାୟକ,ବିପିଏମ ପ୍ରିୟଙ୍କା ସିଲ ପ୍ରମୁଖ ସହ ଅନ୍ୟ କର୍ମଚାରୀ ମାନେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।ସେହିପରି ଶିବିରରେ ବାଣୁଆଗୁଡା ସରପଞ୍ଚ ଲଷ୍ମୀ ପୂଜାରୀ,ଆଶା ଦିଦି ବିମଳା ହରିଜନ,ଆଶମତୀ ମାଝୀ ପ୍ରମୁଖ ସହ ଚାରି ଜଣ ମହିଳା ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।
ନବରଙ୍ଗପୁର ଜିଲ୍ଲା ରକ୍ତ ଭଣ୍ଡାର କର୍ମଚାରୀ ଡାକ୍ତର ସଞ୍ଜୟ କବରା,ରାହୁଲ ଦେବ ବରେଇ,ମାଟିନ ଛତର,ସମ୍ବିତ ମିଶ୍ର,କୁମୁଲୁ ବରବରୀ ପ୍ରମୁଖ ସହ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିଏଚଓ ସସ୍ମିତା ପରିଡା,ଅଭିଜିତ ମହାନ୍ତି,ସୁଶାନ୍ତ କୁମାର ପାହାଡ଼ି ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ।ଶିବିରରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ,ଜନ ପ୍ରତିନିଧି,ମହିଳା, ପୁରୁଷ, ଯୁବକ, ଯୁବତୀ,ଗ୍ରାମବାସୀ ଶିବିରରେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।ସେହିପରି ବହୁ ମହିଳା,ଯୁବତୀ ଏବଂ ଯୁବକ ଆଗ୍ରହ ସହ ଆସିଥିଲେ ମଧ୍ୟ ବିଭିନ୍ନ କାରଣ ଯୋଗୁଁ ଶିବିରରେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ପାରି ନଥିଲେ।